ସ୍ମାର୍ଟ ସିଟିରେ ସ୍ମାର୍ଟ ପାର୍କିଂ ! ଦୁଇଟି ସ୍ଥାନରେ ତିଆରି ହେବ ବହୁତଳ ପାର୍କିଂ ବ୍ୟବସ୍ଥା

51

କନକ ବ୍ୟୁରୋ : ଜନଗହଳି ପୂର୍ଣ୍ଣ ରାଜଧାନୀରେ ପାର୍କିଂ ସମସ୍ୟାକୁ ଦୁର କରିବା ତଥା ସ୍ମାର୍ଟ ସିଟିରେ ସ୍ମାର୍ଟ ପାର୍କିଂର ବ୍ୟବସ୍ଥା କରିବାକୁ ଯାଉଛି ବିଏମସି । ଭୁବନେଶ୍ୱରର ଦୁଇଟି ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ୟୁନିଟ ୧ ଓ ସହୀଦ ନଗରରେ ହେବାକୁ ଯାଉଛି ଏହି ବହୁତଳ ପାର୍କିଂ ବ୍ୟବସ୍ଥା । ଦୁଇଟି ପ୍ରକଳ୍ପ ପାଇଁ ୮୦କୋଟିରୁ ଉର୍ଦ୍ଧ ଖର୍ଚ୍ଚ ହେବାକୁ ଥିବାବେଳେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୧୮ ମାସ ମଧ୍ୟରେ ଏହି ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ଶେଷ ହେବ ବୋଲି କହିଛନ୍ତି ବିଏମସି କମିଶନର ।

ପାର୍କିଂ ଅଞ୍ଚଳ ୭ ମହଲା ବିଶିଷ୍ଟ ହେବ । ବେସମେଣ୍ଟରେ ଦୁଇ ମହଲା ଏବଂ ୬ ମହଲା ରହିବ । ଦୁଇଟି ବହୁତଳ ପାର୍କିଂରେ ୫୦୦ ରୁ ଅଧିକ କାର ପାର୍କିଂ କରାଯାଇପାରିବ । କାର ପାର୍କିଂ ପାଇଁ ଅଗ୍ରୀମ ବୁକିଂ କରିବାକୁ ପଡିବ ଏବଂ କାର ବା ବାଇକ୍ ବ୍ୟବହାର କାରୀଙ୍କ ପ୍ରତୀକ୍ଷା କରିବାକୁ ପଡିବନାହିଁ ।

ପ୍ରଥମ ପର୍ଯ୍ୟାୟରେ ୟୁନିଟ ୧ ହାଟ ଓ ସହୀଦ ନଗରରେ ଏହି ବହୁତଳ ପାର୍କିଂ ବ୍ୟବସ୍ଥା ହେବାକୁ ଥିବାବେଳେ ଖୁବଶୀଘ୍ର ରାଜଧାନୀର ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ବ୍ୟବସ୍ଥା କରାଯିବ ।