ବଜାୟ ରହିବ ଭୁବନେଶ୍ୱରର ସବୁଜିମା ! ବୃହତ ଗଛକୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଓଡ଼ିଶା ଆସିବ ସ୍ୱତନ୍ତ୍ର ମେସିନ୍ ।

ରାଜଧାନୀକୁ ସରଷ ସୁନ୍ଦର କରିବା ପାଇଁ ବୃହତ ଗଛ ଗୁଡ଼ିକ ରାଜଧାନୀର ସୁରକ୍ଷିତ ସ୍ଥାନକୁ ସଂରକ୍ଷଣ କରିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ ।

127

କନକ ବ୍ୟୁରେ: ଭୁବନେଶ୍ୱରକୁ ଅଧିକ ସ୍ୱଚ୍ଛ ଏବଂ ସବୁଜିମା କରିବାକୁ ବିଏମସିର ନୂଆ ପ୍ଲାନ୍ । ବିଶାଳ ଗଛକୁ ସୁରକ୍ଷିତ ଭାବେ ଚେରରୁ କୋଡ଼ି ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଖୁବଶୀଘ୍ର କିଣାଯିବ ସ୍ୱତନ୍ତ୍ର ମେସିନ୍ । ରାଜଧାନୀକୁ ସରଷ ସୁନ୍ଦର କରିବା ପାଇଁ ବୃହତ ଗଛ ଗୁଡ଼ିକ ରାଜଧାନୀର ସୁରକ୍ଷିତ ସ୍ଥାନକୁ ସଂରକ୍ଷଣ କରିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ । ଗତକାଲି ବିଏମସି କାର୍ଯ୍ୟାଳୟରେ ଏନେଇ ଏକ ବୈଠକରେ ପ୍ରସ୍ତାବ ମିଳିଛି ।

ବିଏମସି ପରିବେଶ ଅଫିସର କପିଳେନ୍ଦ୍ର ସେଠୀଙ୍କ ସୂଚନା ମୁତାବକ ଏ ସଂକ୍ରାନ୍ତରେ ରିକ୍ରିଏସନ୍, ସଂସ୍କୃତି ଏବଂ ଶିକ୍ଷା ବିଭାଗର ସଂଯୋଗରେ ଏକ ଷ୍ଟାଡିଙ୍ଗ୍ କମିଟି ଗତକାଲି ବିଏମସିକୁ ଏଭଳି କିଛି ପ୍ରସ୍ତାବ ଦେଇଛନ୍ତି । ଯଦି ପ୍ଲାନ୍ ମୁତାବକ ସବୁକିଛି ସଠିକ୍ ହୁଏ ତେବେ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରି ବିଶାଳ ଗଛ ଗୁଡ଼ିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇପାରିବ । ଏବଂ ଏହାର ଝଲକ ଚଳିତ ବର୍ଷ ଶେଷ ସୁଦ୍ଧା ଦେଖିବାକୁ ମିଳିବ ବୋଲି ସୂଚନା ମଳିଛି ।

BMCଭୁବନେଶ୍ୱରରେ ବର୍ତ୍ତମାନ ଚାରିଆଡ଼େ ଉଚ୍ଚ ଅଟ୍ଟାଳିକାମାନ ଗଢ଼ି ଉଠିବାରେ ଲାଗିଛି ଏବଂ ଏଥିପାଇଁ ବିଭିନ୍ନ ସ୍ଥାନରେ ଗଛ ଗୁଡ଼ିକୁ କଟାଯାଉଥିବାରୁ ଦେଶର ଏକ ନଂ ସ୍ମାର୍ଟ ସିଟି ତା’ର ସବୁଜିମାକୁ ହରାଇ ବସୁଛି ବୋଲି ପରିବେଶବିତ୍ ମାନେ ମତ ପ୍ରକାଶ କରିଛନ୍ତି । ସେପଟେ ଏହି ମେସିନ୍ ଦିଲ୍ଲୀ. ଅହମଦବାଦ୍, ଚେନ୍ନାଇ ଏବଂ କୋଲକାତାରେ ବ୍ୟବହାର କରାଯାଉଛି । ତେଣୁ ଗଛ କୋଡ଼ିବା ମେସିନକୁ ଓଡ଼ିଶା ଆଣିବାକୁ ଯୋଜନା କରୁଛି ବିଏମସି । ତେବେ ବୃହତ ଗଛକୁ ଚେରରୁ ସୁରକ୍ଷିତ ଭାବେ କୋଡ଼ିବା ପାଇଁ ଗଛ କଟାଳିଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବ । ତେବେ ଏହି ମେସିନର ମୂଲ୍ୟ ଏବଂ ଅନ୍ୟ ଗୁଣମାନର ଉପଯୁକ୍ତ ତଥ୍ୟ ବିଷୟରେ ତର୍ଜମା କରି ଏହାକୁ କିଣାଯିବ ବୋଲି ସୂଚନା ମିଳିଛି ।