ଇସ୍କନ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ୍ : ଅବୈଧ ନିର୍ମାଣ ଯୋଗୁଁ ବର୍ଷା ପାଣି ଜମୁଥିବା ନେଇ ବିଏମସିର ନୋଟିସ୍ ।

33

ଇସ୍କନ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ୍ । ଅବୈଧ ନିର୍ମାଣ ଯୋଗୁଁ ବର୍ଷାଜଳ ନିଷ୍କାସନ କ୍ଷେତ୍ରରେ ବାଧା ଉପୁଜିବା ନେଇ ଇସ୍କନ ମନ୍ଦିରକୁ ନୋଟିସ୍ ଜାରି କରିଛି ବିଏମସି । ତେବେ ଏହି ନୋଟିସ୍ରେ ଉଲ୍ଲେଖ ରହିଛି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ବିଏମସିକୁ ଜଣାଇବାବେ । ଅନ୍ୟପଟେ ଏହି ଆସନ୍ତା ୭ ଦିନ ମଧ୍ୟରେ ଏହି କାରଣ ଦର୍ଶାଅ ନୋଟିସର ଜବାବ ରଖିବାକୁ ବିଏମସି କହିଛି ।

ଗତ କିଛି ଦିନ ହେବ ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବାର ସମସ୍ୟା ଦେଖାଯାଉଥିଲା । ଯାହାକୁ ବିଏମସିର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହାକୁ ନେଇ ମଧ୍ୟ ରାଜରାସ୍ତାକୁ ବିରୋଧୀ ଓ ଅନେକ ସ୍ୱଚ୍ଛାସେବୀ ସଂଗଠ ଓହ୍ଲାଇ ହଙ୍ଗାମା କରିଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଏନଏଚଆଇ କର୍ତ୍ତୁପକ୍ଷ ଓ ବିଏମସି ମଧ୍ୟରେ ଇସ୍କନ ମନ୍ଦିର ସମ୍ମୁଖରେ ଜମୁଥିବା ପାଣି ନେଇ ତୁ ତୁ ମେ ମେ ହେଉଇଥିବା ନଜିର ମଧ୍ୟ ଦେଖିବାକୁ ମିଳିଥିଲା ।

ବହୁବାଦ ବିବାଦ ପରେ ଶେଷରେ ଅବୈଧ ନିର୍ମାଣ ଯୋଗୁଁ ଏଭଳି ବର୍ଷାପାଣି ଜମୁଥିବାର ସୁଚନା ପାଇବା ପରେ , ଇସ୍କନ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମସି । କାହିଁକି ଅବୈଧ ନିର୍ମାଣ ପ୍ରସଙ୍ଗରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସେନେଇ କାରଣ ଦର୍ଶାଇ ଜବାବ ରଖିବାକୁ ବିଏମସି ପକ୍ଷରୁ କୁହାଯାଇଛି ।