ବିଏମସିର ପ୍ରହାର ! ରାଜଧାନୀରେ ମହଙ୍ଗା ହେବ ବାହାଘର, ବରଯାତ୍ରୀ ଧରି ଗଲେ ଗଣିବେ ୫ ହଜାର

57

କନକ ବ୍ୟୁରୋ : ବିଏମସିର ବଜ୍ର ପ୍ରହାର । ଏଣିକି ରାଜଧାନୀରେ ଆପଣ ବାହାଘର, ଶେଭାଯାତ୍ରା କିମ୍ବା ଧାରଣା ଦେଲେ ଟିକସ ଗଣିିବାକୁ ପଡିବ । ଆଉ ଯଦି ଆପଣ ରାଜଧାନୀ ରାସ୍ତାରେ ବରଯାତ୍ରୀ ନେଇ ପ୍ରୋସେସନ କରି ଯାଉଛନ୍ତି ଆପଣଙ୍କୁ ୫ ହଜାର ଟଙ୍କା ଦେବା ପାଇଁ ପଡ଼ିବ । ବିଏମସିରେ ଟଙ୍କା ନ ଦେଲେ ବିନା ଶୋଭାଯାତ୍ରାରେ ବର କନ୍ୟା ଘରକୁ ଯିବ । ରାଜଧାନୀ ଭୁବନେଶ୍ୱରରେ ଆପଣ ଆନ୍ଦୋଳନ କରିବେ, ତାହେଲେ ଆପଣଙ୍କୁ ସର୍ବନିମ୍ନ ୫ଶହ ଟଙ୍କା ଦେବାକୁ ପଡ଼ିବ । ଆପଣ ଯଦି ୫ଶହ ଲୋକଙ୍କୁ ଧାରଣା ସ୍ଥଳକୁ ଆଣିବେ ତାହେଲେ ଦୈନିକ ହଜାରେ ଟଙ୍କା ଦେବାକୁ ପଡ଼ିବ । ୫ଶହ ଲୋକଙ୍କଠାରୁ ଅଧିକ ଲୋକ ଆଣିଲେ ପ୍ରତି ଲୋକ ପିଛା ୫ଟଙ୍କା ଦେବା ପାଇଁ ପଡ଼ିବ ।

ଏବାବଦରେ ଖୁବଶୀଘ୍ର କମିଶନରେଟ ପୋଲିସକୁ ବି ଜଣାଇଦିଆଯିବ । ପୋଲିସରୁ ଏନଓସି ଆଣିବା ପୂର୍ବରୁ ବିଏମସିର ଏନଓସି ଦେଖାଇବା ବାଧ୍ୟତାମୂଳକ ହେବ । ବିଏମସି-ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ଏହି ଟଙ୍କା ଦାବି କରିବା ପଛର ଯୁକ୍ତି ହେଉଛି-ପରିମଳ ବା ସଫାସୁତୁରା ପାଇଁ ଆବଶ୍ୟକ ହେଉଥିବା ସହାୟତା । ବିଏମସିର ଯୁକ୍ତି ହେଉଛି ଆନ୍ଦୋଳନ ସ୍ଥଳରେ ଯେତିକି ଅଳିଆ ପଡୁଛି ବାହାଘର ପ୍ରୋସେସନ ପରେ ଯେତିକି ଆଳିଆ ପଡୁଛି । ଏଥିପାଇଁ ଲୋକ ଦରକାର ସଫାସୁତରା କରିବା ପାଇଁ ଆଉ ଏହି ଖର୍ଚ୍ଚକୁ ଯେଉଁମାନଙ୍କ ଦ୍ୱାରା ବାହାଘର ପ୍ରୋସେସନ୍ ବା ଆନ୍ଦୋଳନ କରାଯାଉଛି, ସେହିମାନଙ୍କ ଠାରୁ ଆଦାୟ କରାଯିବା ଉଚିତ । ଏଭଳି ଏକ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ବିରୋଧୀ ଏହାକୁ ଜିଜିଆ କର ବୋଲି କହୁଛନ୍ତି ।

ଏବେ ଆସନ୍ତୁ ଜାଣିବା କାହାକୁ କେତେ ଟିକସ ଦେବାକୁ ପଡିବ ?
ରାଜଧାନୀ ରାସ୍ତାରେ ବରଯାତ୍ରୀ ନେଇ ପ୍ରୋସେସନ କରି ଗଲରେ ଦେବାକୁ ପଡିବ ୫ ହଜାର ଟଙ୍କା । ବିଏମସିରେ ଟଙ୍କା ନ ଦେଲେ ବିନା ଶୋଭାଯାତ୍ରାରେ ବର କନ୍ୟା ଘରକୁ ଯିବ । ରାଜଧାନୀରେ ଆନ୍ଦୋଳନ କଲେ ଆପଣଙ୍କୁ ସର୍ବନିମ୍ନ ୫ଶହ ଟଙ୍କା ଦେବାକୁ ପଡ଼ିବ । ଆପଣ ଯଦି ୫ଶହ ଲୋକଙ୍କୁ ଧାରଣା ସ୍ଥଳକୁ ଆଣିବେ ତାହେଲେ ଦୈନିକ ହଜାରେ ଟଙ୍କା ଦେବାକୁ ପଡ଼ିବ । ୫ଶହ ଲୋକଙ୍କଠାରୁ ଅଧିକ ଲୋକ ଆଣିଲେ ପ୍ରତି ଲୋକ ପିଛା ୫ଟଙ୍କା ଦେବା ପାଇଁ ପଡ଼ିବ । । ପୋଲିସରୁ ଏନଓସି ଆଣିବା ପୂର୍ବରୁ ବିଏମସିର ଏନଓସି ଦେଖାଇବା ବାଧ୍ୟତାମୂଳକ ହେବ ।