ସ୍ମାର୍ଟ ସିଟିର ସ୍ମାର୍ଟ ବିଏମସି କାର୍ଯ୍ୟାଳୟ ! ଜନପଥରେ ନିର୍ମାଣ ହେବ ୧୨ ମହଲା ବିଶିଷ୍ଟ ଅତ୍ୟାଧୂନିକ ବିଲ୍ଡିଂ

30

କନକ ବ୍ୟୁରୋ : ସ୍ମାର୍ଟ ହେଲା ଭୁବନେଶ୍ୱର । ସ୍ମାର୍ଟ ହେବ ବିଏମସି କାର୍ଯ୍ୟାଳୟ । ଜନପଥରେ ନିର୍ମିତ ହେବ ବିଏମସିର ଅତ୍ୟାଧୂନିକ କାର୍ଯ୍ୟାଳୟ । ୧୨ ମହଲା ବିଶିଷ୍ଟ ଏହି ନୂଆ କାର୍ଯ୍ୟାଳୟ ପାଇଁ ପ୍ରସ୍ତୁତ ସରିଛି ସମସ୍ତ ଡିଜାଇନ୍ । ଆସନ୍ତା ଜାନୁୟାରୀ ମାସରୁ ଏହି ନୂଆ ବିଲଡିଂର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ତେବେ ଏହି ଅତ୍ୟାଧୂନିକ କାର୍ଯ୍ୟାଳୟକୁ ଶେଷ ହେବାକୁ ଲାଗିବ ପ୍ରାୟ ଅଢେଇ ବର୍ଷ । ବିଏମସିର ଏହି କାର୍ଯ୍ୟାଳୟ ସହିତ ଇଣ୍ଟେଲିଜେଂଟ୍ ସିଟି ଅପରେସନ୍ ଏବଂ ମ୍ୟାନେଜମେଂଟ୍ ସେଂଟର୍ ମଧ୍ୟ ରହିବ । ଆଜି ସଚିବାଳୟରେ ଏନେଇ ବିଏମସି କମିଶନର୍ ଶ୍ରୀ କିଷନ୍ କୁମାର ଏହି ନୂଆ ବିଲ୍ଡିଂର ନିର୍ମାଣ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନ ପ୍ରଦାନ କରିଛନ୍ତି ।

୧୯୪୮ରେ ବିଜ୍ଞାପିତ ଅଂଚଳ ପରିଷଦ ଭାବରେ ମାନ୍ୟତା ପାଇଥିଲା । ୧୯୬୯ରେ ପୌରପରିଷଦ ଏବଂ ୧୯୯୪ରେ ଏକ ମହାନଗର ନିଗମ ଭାବରେ ଘୋଷିତ ହୋଇଥିଲା ଭୁବନେଶ୍ୱର । ଆଉ ୨୦୧୬ରେ ଦେଶର ଏକ ନମ୍ବର ସ୍ମାର୍ଟ ସିଟି ଭାବରେ ପାଇଲା ମାନ୍ୟତା । ତେଣୁ ତେଣୁ ଏହାର ମାନ୍ୟତା ବଜାୟ ରଖିବାକୁ ମହାନଗର ନିଗମ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ।