ପାଣି ଘେରରେ ଆପଣ ଫସି ଯାଇଛନ୍ତି କି ? ବିଏମସି ଜାରିକଲା ହେଲ୍ପଲାଇନ ନମ୍ବର ।

34

ଭୁବନେଶ୍ୱର ସ୍ମାର୍ଟ ସିଟିରେ ତାଣ୍ଡବ ରଚୁଛି ଲଗାଣ ବର୍ଷା । ଏପରିକି ଲଗାଣ ବର୍ଷା ଯୋଗୁଁ ସ୍ମାର୍ଟସିଟିର ବିଭିନ୍ନ ଅଞ୍ଚଳରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ରାଜଧାନୀର ଗଳି କନ୍ଦି ଠାରୁ ଆରମ୍ଭ କରି ବିଭିନ୍ନ ଛକ ଏବଂ ଜାତୀୟ ରାଜପଥ ଉପରେ ସମ୍ପୂର୍ଣ୍ଣ ବନ୍ୟାର ବିଭିଷୀକା ପରି ଲହଡି ମାରୁଛି ବର୍ଷାଜଳ । ଦୈନନ୍ଦୀନ ପରି ଅଫିସ ଯିବାକୁ ଘରୁ ବହାରି ଆସିଥିବା ଲୋକମାନେ ବର୍ଷାଜଳ ଜମିବା ଯୋଗୁଁ ବିଚ୍ ରାସ୍ତାରେ ଲୋକମାନେ ଫସି ରହିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଜଳବନ୍ଦୀ ହୋଇ ରହିଥିବା ରାଜଧାନୀବାସୀଙ୍କୁ ସହାୟତା ପ୍ରଦାନ ପାଇଁ ଭୂବନେଶ୍ୱର ମହାନଗର ନିଗମ (ବିଏମସି) ତରଫରୁ ଖୋଲିଲା କଣ୍ଟ୍ରୋଲ ରୁମ୍ । ଏହାସହ ହେଲ୍ପଲାଇନ ନମ୍ବର-୦୬୭୪-୨୪୩୦୦୩୮ ମଧ୍ୟ ଜାରି କରାଯାଇଛି । ତେବେ ଯଦି ଆପଣ ରାଜଧାନୀର କୌଣସି ଅଞ୍ଚଳରେ ଜଳବନ୍ଦୀ ଘେରରେ ରହିଛନ୍ତି, ତେବେ ତୁରନ୍ତ ଏହି ହେଲ୍ପଲାଇନ ନମ୍ପରରେ କଲ କଲେ ଆପଣଙ୍କୁ ସହାୟତା ପ୍ରଦାନ କରିବ ବିଏମସି ।

ଅନ୍ୟପଟେ ଲଗାଣ ବର୍ଷାରେ ବେହାଲ ଭୁବନେଶ୍ୱରର ସ୍ଥିତି ପୁରା ସଂଗୀନ ହୋଇପଡିଛି । କେଉଁଠି ବାଇକ ବୁଡିଛି ତ ଆଉ କେଉଁଠି କାର ଆଉ ବସ ଫସି ରହିଛି ବର୍ଷା ଜଳ ଘେରରେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ସ୍ମାର୍ଟସିଟିର ଛାତି ଉପରେ ଥିବା କିଛି ଘର ଭିତରକୁ ବର୍ଷା ପାଣି ପସିଯାଇଛି । ଯେଉଁଥି ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଗତ କିଛିଦନି ତଳେ ମଧ୍ୟ ଜଳ ନିଷ୍କାସନ ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ମେୟର କହିଥିଲେ ।