ମିଛରେ ପାର୍କିଂ ଫି ଆଦାୟ କଲେ ଫସିବ । ଠକ ପାର୍କିଂ ମାଲିକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କଲା ବିଏମସି, ପୋଲିସ କରିପାରେ କାର୍ଯ୍ୟାନୁଷ୍ଠାନ ।

123

କନକ ବ୍ୟୁରୋ: ବିଏମସି ସ୍କାନରରେ ମିଛ ପାର୍କିଂ ମାଲିକ । ମିଛ ପାର୍କିଂ ମାଲିକ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି ତରଫରୁ ମିଳିଥିବା ସୂଚନା ମୁତାବକ, ସହରାଞ୍ଚଳରେ ଥିବା ବିଭିନ୍ନ ପାର୍କିଂ ସ୍ଥାନରେ ବେଆଇନଭାବେ ଟଙ୍କା ଆଦାୟ କରୁଥିବା ମିଛ ପାର୍କିଂ ମାଲିକମାନଙ୍କ ଉପରେ ଆକ୍ସନ ନେବାକୁ ଆରମ୍ଭ କରିଛି ପ୍ରୟାସ ।

ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ପାର୍କିଂ ଅଞ୍ଚଳରେ ମିଛ ପାର୍କିଂ ମାଲିକମାନଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି ବିଏମସି । ଏହାପରେ ସେମାନଙ୍କ ପ୍ରକୃତ ପରିଚୟ ଏବଂ ସହରାଞ୍ଚଳର କେଉଁ କେଉଁ ସ୍ଥାନରେ କାୟା ବିସ୍ତାର  କରିଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବିମଏମସି ଅଧିକାରୀ ବୋଲି ଜଣାପଡ଼ିଛି । ଅନ୍ୟପଟେ ଅବୈଧ ତଥା ବେଆଇନ୍ ଭାବେ ପାର୍କିଂ ଫି ଆଦାୟ କରୁଥିବା ମିଛ ପାର୍କିଂ ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦାୟର କରାଯିବା ମଧ୍ୟ ଆରମ୍ଭ କରିବ ବିଏମସି ।

BMC officeଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ପାର୍କିଂ ଫି ଆଦାୟକୁ ନେଇ ଅସନ୍ତୋଷ ଦେଖାଉଛି । ଏପରିକି ବିଏମସି ନାଁ ନେଇ ବିଭିନ୍ନ ଫେକ୍ ପାର୍କିଂ ମାଲିକ ମାନେ ବେଆଇନ୍ ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ହେଉଛି । ତେଣୁ ଏପରିସ୍ଥଳେ ବିଏମସି ଏବେ ଏହି ମିଛୁଆ ପାର୍କିଂ ମାଲିକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କସରତ ଆରମ୍ଭ କରିଛି ।