ସମ୍ବଲପୁରରେ ବ୍ଲୁ ହ୍ୱେଲ୍ ଆତଙ୍କ ଆଶଙ୍କା ! ମୋବାଇଲରେ ଆରମ୍ଭ ହୋଇ ମୃତ୍ୟୁରେ ଶେଷ ହେଉଥିବା ଖେଳରେ ଗଲା ଛାତ୍ରୀଙ୍କ ଜୀବନ

71

କନକ ବ୍ୟୁରୋ : ମୋବାଇଲରେ ଆରମ୍ଭ ମୃତ୍ୟୁରେ ଶେଷ । ମୋବାଇଲରେ ବ୍ଲୁ-ହ୍ୱେଲ ନାମକ ଏକ ଭୟାନକ ଗେମ୍ ଏବେ ପୁଣି ଚର୍ଚ୍ଚାରେ । ସମ୍ବଲପୁରର ଜଣେ ଛାତ୍ରୀ ସୁହାନି ରାଉତ ଆତ୍ମହତ୍ୟା କରିଛନ୍ତି । ବ୍ଲୁ-ହ୍ୱେଲ ଗେମ୍ ଦ୍ୱାରା ପ୍ରଭାବିତ ହୋଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ସମ୍ବଲପୁର ଏଲଆଇସି କଲୋନୀରେ ରହୁଥିବା ସଞ୍ଜୀବ ରାଉତଙ୍କ ଝିଅ ସୁହାନି ରାଉତ ଶନିବାରଦିନ ଆତ୍ମହତ୍ୟା କରିଥିଲେ ।

ତେବେ ଲକ୍ଷଣକୁ ଦେଖି ପରିବାର ଲୋକେ ସନ୍ଦେହ କରୁଛନ୍ତି, ବ୍ଲୁ-ହ୍ୱେଲ ଗେମ ପ୍ରଭାବରେ ପ୍ରଭାବିତ ହୋଇ ଝିଅ ଆତ୍ମହତ୍ୟା କରିଛି । ସ୍କୁଲରେ ଛୁଟି ହେବା ପରେ ଝିଅ ମୋବାଇଲରେ ବ୍ୟସ୍ତ ରହୁଥିଲା । ଗେମରେ ଯେଭଳି ହରର ଫିଲ୍ମ ଦେଖିବା ପାଇଁ କୁହାଯାଏ ସେଭଳି ଝିଅ ଫିଲ୍ମ ଦେଖୁଥିଲା । ଅଧିକାଂଶ ସମୟରେ ସୁହାନୀ ନୀରବ ରହୁଥିଲା । ସୁହାନି ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ତେବେ ଗେମର ଆପକୁ ବିଶେଷଜ୍ଞଙ୍କ ଦ୍ୱାରା ଯାଂଚ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ସେପଟେ ପୋଲିସ ବ୍ଲୁ-ହ୍ୱେଲ ଦ୍ୱାରା ପ୍ରଭାବିତ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛି କି ନାହିଁ ସେ ନେଇ କିଛି ସ୍ପଷ୍ଟ କରୁନାହିଁ । ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଚାଲିଛି । ସୁହାନି ବ୍ୟବହାର କରୁଥିବା ମୋବାଇଲକୁ ଜବତ କରାଯାଇ ଲେବରୋଟରୀ ଟେଷ୍ଟ ପାଇଁ ବାହାରକୁ ପଠାଯାଇଛି ।

ଦେଶରେ ଏବେ ଏହି ଗେମ ଏବେ ଚର୍ଚ୍ଚାରେ ।  କିଛି ଦିନ ତଳେ ମୁମ୍ବାଇର ଜଣେ ୧୪ବର୍ଷିର ଛାତ୍ର ୭ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । କେରଳରେ ବି କିଛି ଛାତ୍ର ଏହାର ଶୀକାର ହୋଇଛନ୍ତି । ଏବେ ସମ୍ବଲପୁରରୁ ଏଭଳି ଏକ ଚାଂଚଲ୍ୟଠକର ଖବର ଆସିଛି । ଏହି ବ୍ଲୁ-ହ୍ୱେଲ ଗେମ୍ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଚ୍ୟାଲେଞ୍ଜ କରିଥାଏ । ସବୁଠାରୁ ବଡ କଥା ହେଲା ଯିଏ ଏହି ଚ୍ୟାଲେଞ୍ଜ ଗ୍ରହଣ କରେ ସେ ଆତ୍ମହତ୍ୟା କରିଦିଏ । ଋଷିଆରେ ଏହି ଗେମ୍ ଖେଳି ୧୩୦ଜଣ ଆତ୍ମହତ୍ୟା କରିଛନ୍ତି । କିଛିଦିନ ତଳେ ମୁମ୍ବାଇରେ ବି ଏଭଳି ଘଟଣା ଘଟିଥିଲା ।

କଣ ଏହି ବ୍ଲୁ ହ୍ୱେଲ୍ ଗେମ୍ :
ଏହି ବ୍ଲୁ-ହ୍ୱେଲ ଗେମ୍ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଚ୍ୟାଲେଞ୍ଜ କରିଥାଏ । ଏବଂ ଯିଏ ଏହି ଚ୍ୟାଲେଞ୍ଜ ଗ୍ରହଣ କରେ ସେ ଆତ୍ମହତ୍ୟା କରିଦିଏ । ଋଷିଆରୁ ଆରମ୍ଭ ହୋଇଥିବା ଏହି ଖେଳରେ ପ୍ରାୟ ୧୨ରୁ ୧୫ ବର୍ଷ ବୟସର ପିଲା ମାନେ ସାମିଲ୍ ଥାନ୍ତି । ଖେଳଟି କେବଳ ସୋସିଆଲ୍ ମିଡିଆରେ ଖେଳାଯାଏ । ଯାହାକୁ ନିୟନ୍ତ୍ରିତ କରିଥାଏ ଜଣେ ମାଷ୍ଟର୍ ବା ହ୍ୱାସସଆପ୍ ଗ୍ରୁପ୍ ଆଡମିନ୍ । ଏହି ମାଷ୍ଟରର ପରାମର୍ଶ ମାନିବାକୁ ଏକପ୍ରକାର ବାଧ୍ୟ ଖେଳାଳୀ ।

ମାଷ୍ଟର୍ ଯେଉଁ ଟ୍ୟାସ୍କ ଦେଇଥାଏ ତାକୁ ୫୦ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ଏହି ଖେଳ ମାନଙ୍କ ମଧ୍ୟରେ ଥାଏ ଭୂତ ସିନେମା ଦେଖିବା, ରାତି ରାତି ଅନିଦ୍ରା ରହିବା ଏବଂ ନିଜ ହାତକୁ କାଟି ବ୍ଲୁ ହ୍ୱେଲ୍ ଲେଖିବା । ଖେଳାଳୀ ଠିକ୍ ଭାବରେ ଏହାକୁ ମାନୁଛି ଏବଂ ଖେଳୁଛି କି ନାହିଁ ସେଥିପାଇଁ ଏକ ଫଟୋ ଉଠାଇ ସେୟାର୍ କରିବାକୁ ପଡିଥାଏ । ତେବେ ଏପରି ଭାବରେ ଆରମ୍ଭ ହୋଇଥିବା ଖେଳ ଧୀରେ ଧୀରେ କଠିନରୁ କଠିନତର ହୋଇଥାଏ । ଶେଷରେ ଖେଳ ଉକ୍ତ ଖେଳାଳୀର ମୃତ୍ୟୁରେ ଶେଷ ହୋଇଥାଏ ।

କିଏ ଏବଂ କେମିତି ଆରମ୍ଭ କରିଥିଲା ଏହି ଖେଳ :

ଅନଲାଇନରେ ଗେମ୍ ଖେଳି ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିଲେ ଜଣେ ଋଷୀୟ ଯୁବକ । ବିକୃତ ମାନସିକତା ହେଉ ଅବା ଅପରାଧିକ ଚିନ୍ତାଧାରା । ଋଷର ୨୨ ବର୍ଷିୟ ଯୁବକ ଫିଲିପ ବୁଡେଇକି ତିଆରି କରିଥଲା ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ । ଇଂଟରନେଟ ଜରିଆରେ ସେ ବିଶ୍ୱର କୋଣ ଅନୁକୋଣରେ ଥିବା ଯୁବକ ଯୁବତୀଙ୍କୁ ଯୋଗାଯୋଗ କରୁଥିଲା । ତାପରେ ସ୍କାଏପି,ଭିଡିଓ ଚାଟ ଓ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହେଉଥିଲା କଥାବାର୍ତ୍ତା । ଆଉ ଅଜବ ଗଜବ କାରନାମା କରି ଅନଲାଇନରେ ଗେମ୍ ଖେଳିବାର ଅଫର୍ ଦେଉଥିଲା । ସାଧାରଣତଃ ଦୁର୍ବଳ ମାନସିକତା ଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲା ଫିଲିପ ।

ଯୁବକ ଯୁବତୀଙ୍କ ବ୍ରେନୱାସ୍ କରି ତାଙ୍କ ମାନସିକତାକୁ ପ୍ରଭାବିତ କରିବାରେ ମାହିର ଥିଲା ଫିଲିପ୍ । ଆଉ ନିଜର ବିକୃତ ଚିନ୍ତାଧାରା ଦ୍ୱାରା ଅନଲାଇନ ଗେମ୍ ଜରିଆରେ ରଚୁଥିଲା ମୃତ୍ୟୁର ଷଡଯନ୍ତ୍ର । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପାଇଁ ଅର୍ଥ ପ୍ରଲୋଭନ ଦେଖାଉ ନଥିଲା ଫିଲିପ । ବରଂ ଯୁବକ ଯୁବତୀଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜୀବନର କିଛି ନିଆରା ଅନୁଭୂତି ତିଆରି କରିବାକୁ ପ୍ରବର୍ତ୍ତାଯାଉଥିଲା ।

ଫିଲିପର ଏହି ଅନଲାଇ୍ନ ଗେମରେ ୧୩୦ଜଣ ଆତ୍ମହତ୍ୟା କରିଥିବା ଜଣଶ ପଡିଛି । ଆଉ ଫିଲିପର କହିବା କଥା ୩୦ଜଣଙ୍କ ଆତ୍ମହତ୍ୟାର ଲାଇଭ୍ ଭିଡିଓ ସେ ଦେଖିଥିବା ବେଳେ ଏବେ ବି ୨୮ ଜଣ ଟାର୍ଗେଟ୍ ମେମ୍ବର ଜୀବିତ ଅଛନ୍ତି । ଏସବୁ ଭିତରେ ଇଂଟରକମ୍ ସହୟତାରେ ଋଷ ପୋଲିସ ତାକୁ ଗିରଫ କରିଥିବା ବେଳେ ୩ବର୍ଷ ଜେଗଲ ଦଣ୍ଡ ହୋଇଛି ।

ଏବେ ଆସନ୍ତୁ ଦେଖିବା  ବ୍ଲୁ-ହ୍ୱେଲରେ  କଣ ୫୦ଟି କାମ ଦିଆଯାଏ  : 

ଏଥିରେ ନିର୍ଦ୍ଦେଶ ଆସିଥାଏ ହାତକୁ ବ୍ଲେଡରେ କାଟନ୍ତୁ । ଭୋରରୁ ଉଠନ୍ତୁ ଓ ଭିଡିଓ ଦେଖନ୍ତୁ । ଶୀରା ଉପରେ ଲମ୍ବା ଲମ୍ବା ୩ଟି ଗାର କାଟନ୍ତୁ । ଅଷ୍ଟମ ସ୍ତରରେ ନିଜକୁ ଏକ ହ୍ୱେଲ ଭାବେ ଘୋଷଣା କରନ୍ତୁ । ହାତରେ ତିମିର ଚିତ୍ର କରନ୍ତୁ । ଛୁଂଚି ମାଧ୍ୟମରେ ନିଜକୁ ନିଜେ ଆହତ କରନ୍ତୁ । ପୋଲ ଉପରକୁ ଯାଆନ୍ତୁ, କ୍ରେନ ଉପରେ ଚଢନ୍ତୁ । ସ୍କାଏପିରେ ଅନ୍ୟ ଜଣେ ହ୍ୱେଲ ସହ କଥା ହୁଅନ୍ତୁ । ନିଜର ମୃତ୍ୟୁ ତାରିଖ ଘୋଷଣା କରନ୍ତୁ । ୫୦ ତମ ଦିନ ଅର୍ଥାତ ଶେଷ ଦିନରେ ଫାଶୀ ଦେବା, ଝରକାରୁ ଡେଇଁପଡିବା, ରେଳଧାରଣାରେ ଶୋଇବା ଓ ମାତ୍ରାଧିକ ନିଶା ଔଷଧ ଖାଇବା ଲାଗି ନିିର୍ଦ୍ଦେଶ ଆସିଥାଏ ।