ଓଡ଼ିଶାରେ ସାଂଘାତିକ୍ ହେଉଛି ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ ! ବାଲେଶ୍ୱରରେ ପୁଣି ଜଣେ ଛାତ୍ରଙ୍କୁ ଉଦ୍ଧାର କଲା ପୋଲିସ୍

53

କନକ ବ୍ୟୁରୋ : ସାଂଘାତିକ ହେଇଛି ମୃତ୍ୟୁର ଖେଳ । ବାଲେଶ୍ୱରରେ ପୁଣି ଜଣେ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଏକ ଆଇଟିଆଇରୁ ଜଣେ ଛାତ୍ରଙ୍କୁ ମାନସିକ ଭାରସାମ୍ୟ ହରାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଛାତ୍ର ଜଣ ୧୧ଟି ସୋପାନ ପାର କରିଥିବା ସୂଚନା ମିଳିଛି । ଏହା ସହ କଲେଜରୁ ୩୭ଟି ସ୍ମାର୍ଟ ଫୋନ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ ଗେମକୁ ରାଜ୍ୟ ସରକାର ସତର୍କତା ଜାରି କରିଥିବା ବେଳେ ଏନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଆଉ ଏହାରି ଭିତରେ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ବ୍ଲୁ ହ୍ୱେଲକୁ ନେଇ ଭୟଙ୍କର ଖବର ।

ନିକଟରେ ଦୂତିଙ୍କ ଭାଇ ଉତ୍କଳ ଗୁଇଁଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଆଉ ଏହି ଦୁର୍ଘଟଣା ପଛରେ ବ୍ଲୁBlue whale ହ୍ୱେଲ ଗେମର ସଂପୃକ୍ତି ଥାଇପାରେ ବୋଲି ଦୂତି ଚାନ୍ଦ ଆଶଙ୍କା ପ୍ରକାଶ କରିଛନ୍ତି । ମୃତ୍ୟୁ ପୂର୍ବରୁ ଉତ୍କଳଙ୍କ ଆଚରଣ ସନ୍ଦିଗ୍ଧ ଥିବା ଦୂତି ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଉକ୍ରଳ ରାତି ଅଧରେ ବୁଲିବା, ସନ୍ଦେହଜନକ ଭାବରେ ସେଲ୍ଫି ନେବା ଭଳି କାର୍ଯ୍ୟ କରୁଥିଲେ ।

blue whale gameସୂଚନାଯୋଗ୍ୟ, ଏବେ ହାଇକୋର୍ଟରେ ବ୍ଲୁ ହେଲ ଗେମ୍ ଘଟଣା । ହାଇକୋର୍ଟରେ ଏନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ହାଇକୋର୍ଟ ଏହି ମାମଲାକୁ ଗ୍ରହଣ କରି ଆବେଦନକାରୀ ପକ୍ଷଭୁକ୍ତ କରିଥିବା ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ କୋର୍ଟ ନୋଟିସ୍ ଜାରି କରିଛନ୍ତି । ଏମାନେ ହେଲେ କେନ୍ଦ୍ର ସରକାରଙ୍କ ଆଇଟି ଏବଂ ଟେଲିକମ ବିଭାଗ ସଚିବ, ରାଜ୍ୟ ଗୃହ ବିଭାଗ ଏବଂ ଆଇଟି ବିଭାଗ, ପୋଲିସ ଡିଜି ଏବଂ ପୋଲିସ କମିଶନର । ଏପର୍ୟ୍ୟନ୍ତ ବ୍ଲୁହେଲ ଗେମର ନିରାକରଣ ପାଇଁ କଣ ପଦକ୍ଷେପ ନିଆଯାଇଛି ସେନେଇ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୧ ଅଗଷ୍ଟରେ କେନ୍ଦ୍ର ସରକାର ଏହି ଗେମ୍ ବିଭିନ୍ନ ସୋସିଆଲ ପ୍ଲାଟଫର୍ମ ରୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇନାହିଁ କାହିଁକି ବୋଲି ଆବେଦନକାରୀ ନିଜ ମାମଲାରେ ଉଲ୍ଲେଖ କରିଛନ୍ତି ।