କେନ୍ଦ୍ରାପଡାରେ ମୃତ୍ୟୁର ଖେଳ ! ବ୍ଲୁ ହ୍ୱେଲ୍ ଗେମ୍ ଖେଳି ଯୁବକ ଗୁରୁତର

100

କନକ ବ୍ୟୁରୋ : ବ୍ଲୁ ହ୍ୱେଲ କବଳରେ ଓଡ଼ିଶା । ଧୀରେ ଧୀରେ ଏହି ମାରାତ୍ମକ ଖେଳ ସାରା ରାଜ୍ୟରେ ବ୍ୟାପୀବାରେ ଲାଗିଛି । କେନ୍ଦ୍ରାପଡାରେ ମୃତ୍ୟୁର ଖେଳ । ବ୍ଲୁ ହ୍ୱେଲ୍ ଗେମ୍ ଖଳି ଗୁରୁତର ଯୁବକ । ମଙ୍ଗଳପୁର ଗାଁରେ ନୀଳ ତୀମି ଖେଳ ଖେଳି ନିଜର ଦୁଇ ହାତ କାଟିଛନ୍ତି ଜଣେ ଯୁବକ । କେବଳ ଏତିକି ନୁହେଁ ଯୁବକ ଜଣଙ୍କ ନିଜ ଅନ୍ୟ ଅଙ୍ଗକୁ ପନିକି ସାହାଯ୍ୟରେ କାଟିବା ପାଇଁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକ ଦେଖିକି ଅଟକାଇଥିବା ନେଇ ସୂଚନା ମିଳିଛି । ଏବେ ଯୁବକ ଜଣକ କେନ୍ଦ୍ରାପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେ କେତେ ସୋପାନ ଖେଳିଥିଲେ ତାହା ଜଣାପଡିନାହିଁ । ଏନେଇ ଖବର ପ୍ରସାର ହେବା ପରେ ଘଟଣାର ଛାନଭିନ୍ ଆରମ୍ଭ ହୋଇଛି ।

blue whale ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିଛି ଖୁନୀ ଖେଳ ‘ବ୍ସୁ ହ୍ୱେଲ୍’ । ଯେଉଁଆଡେ ଶୁଣିବ ଖାଲି ଏହି ଖେଳକୁ ନେଇ ଚର୍ଚ୍ଚା । ଯାହାର ଶିକାର ହୋଇସାରିଲେଣି ଅନେକ ପିଲା । ଆଉ ଏବେ ଏହା ସଭିଙ୍କ ପାଇଁ ପାଲଟିଯାଇଛି ଏକ ଚିନ୍ତାର ବିଷୟ । ତେବେ ପ୍ରଶାସନ ପକ୍ଷରୁ ଏହି ଖେଳକୁ ବ୍ୟାନ କରିଦିଆଯାଇଥିବା ସତ୍ୱେ ବି ଏହି ଘାତକ ଖେଳ କାରଣରୁ ହେଉଥିବା ଆତ୍ମହତ୍ୟା ଥମିବାର ନାଁ ଧରୁନି । ସୂଚନା ମୁତାବକ, ପ୍ରାୟ ୧୨ରୁ ୧୯ ବର୍ଷର ପିଲାମାନେ ‘ବ୍ଲୁ ହ୍ୱେଲ’ର ପଞ୍ଝାରେ ପଡିଛନ୍ତି । ଏଭଳି ପରିସ୍ଥିତିରେ ଅଭିଭାବକମାନଙ୍କୁ ସତର୍କ ରହିବା ମଧ୍ୟ ନିହାତି ଜରୁରୀ ଅଟେ । ତେବେ ଏଥିପାଇଁ ଅଭିଭାବକଙ୍କୁ କିଭଳି ନିଜ ପିଲାଙ୍କ ପ୍ରତି ଯନ୍ତ୍ରବାନ ହେବେ ସେ ନେଇ ଆମର ଏହି ଆଲୋଚନା ।

କିପରି ଜାଣିବେ ଆପଣଙ୍କ ପିଲା ବ୍ଲୁ ହ୍ୱେଲର ଶିକାର ହୋଇଛି କି ନାହିଁ

• ପିଲାଟି ସବୁବେଳେ ଗୁମସୁମ୍ ରହିବା ସହିତ ଅନ୍ୟମନସ୍କ ରହୁଥିବ ।

• ପିଲାଟି ଘରେ କାହା ସହିତ ବି କଥାବାର୍ତ୍ତା କରୁନଥିବ ।

• ପିଲାଟି ଘରୁ ଲୁଚି ପଳାଇଯିବାକୁ କହୁଥିବ କିମ୍ବା ଆତ୍ମହତ୍ୟା କରିବା କଥା କହୁଥିବ ।

• ପିଲାଟିର ଖାଇବା ଏବଂ ଶୋଇବା ରୁଟିନରେ ହଠାତ୍ ପରିବର୍ତ୍ତନ ଦେଖାଯିବା ।

• ତେବେ ଏହା ସେହି ପିଲାଙ୍କଠାରେ ହିଁ ପ୍ରତିଫଳିତ ହୋଇଥାଏ, ଯେଉଁମାନେ କି ଏହି ଘାତକ ଖେଳ ତଥା ବ୍ଲୁ ହ୍ୱେଲର ଶିକାର ହୋଇଥାଇପାରନ୍ତି । ଯଦି ଆପଣ ଆପଣଙ୍କ ପିଲାଙ୍କଠାରେ ଏଭଳି କୌଣସି ଲକ୍ଷଣ ଦେଖିବାକୁ ପାଉଛନ୍ତି ତେବେ ଏହା ନିଶ୍ଚୟ ଏକ ଚିନ୍ତାର ବିଷୟ ହୋଇପାରେ ।

ଏଭଳି ପରିସ୍ଥିତିରେ କଣ ଅଭିଭାବକଙ୍କୁ କଣ କରିବା ଆବଶ୍ୟକ

• ଅଭିଭାବକମାନେ ପ୍ରଥମେ ସୁନିଶ୍ଟିତ ହୋଇଯିବା ଦରକାର କି ସେମାନଙ୍କର ପିଲା ସେଭଳି କୌଣସି ଅନଲାଇନ ସାଇଟ୍ ବ୍ୟବାହାର କରୁନାହିଁ ତ, ଯାହାକି ଅନୈତିକି ବ୍ୟବହାର କିମ୍ବା ହିଂସାକୁ ପ୍ରସୟ ଦେଉ ଥିବ ।

• ସବୁବେଳେ ପିଲାଙ୍କୁ ଆପଣଙ୍କ ଘରେ ଲଗାଯାଇଥିବା କମ୍ପ୍ୟୁଟରରେ ହିଁ ଇଂଟରନେଟ୍ ବ୍ୟବହାର କରିବାକୁ ଦିଅନ୍ତୁ । ଅନ୍ୟ କୌଣସି ସାଇବର କିମ୍ବା ଇଂଟରନେଟ୍ ପାର୍ଲରକୁ ଛାଡନ୍ତୁ ନାହିଁ ।

• ପିଲାଙ୍କମାନଙ୍କ ସହିତ ଜଣେ ଭଲ ବନ୍ଧୁ ଭଳି ନିଜକୁ ଉପସ୍ଥାପନା କରନ୍ତୁ । କାରଣ, ଏହାଦ୍ୱାରା ଆପଣଙ୍କ ସହ ସେମାନେ ନିଜର ପ୍ରତିଟି ସୁବିଧା ଓ ଅସୁବିଧାକୁ ଖୋଲିକି କହିବାକୁ କୌଣସି ପ୍ରକାରର କୁଣ୍ଠାବୋଧ ଲାଗିନଥାଏ ।

• ଘରେ ବ୍ୟବହାର କରୁଥିବା ସ୍ମାର୍ଟଫୋନ, ଟ୍ୟାବଲେଟ୍ କିମ୍ବା କମ୍ପ୍ୟୁଟରରେ ପାସୱାର୍ଡ ବ୍ୟବହାର କରନ୍ତୁ । ପିଲାଙ୍କର ଅନଲାଇନ୍ ଆକ୍ଟିଭିଟିଜ୍ ଉପରେ ବି ନଜର ରଖନ୍ତୁ । ମୋବାଇଲ ମଧ୍ୟ ଯାଂଚ କରନ୍ତୁ କିନ୍ତୁ ସେମାନଙ୍କ ସାମ୍ନାରେ ନୁହେଁ । କାରଣ ଏହାଦ୍ୱାରା ସେମାନଙ୍କୁ ଲାଗିଥାଏ କି ଆପଣଙ୍କର ତାଙ୍କ ଉପରେ ଭରସା ନାହିଁ ବୋଲି ।

• ନିଜ ପିଲାଙ୍କ ପାଇଁ ଜଣେ ଆଦର୍ଶ ମଡେଲ୍ ବନନ୍ତୁ ଏବଂ ପ୍ରତ୍ୟେକଟି ଅନଲାଇନ୍ ଆକ୍ଟିଭିଟିଜ୍ ସଂପର୍କରେ ଜାଗ୍ରତ ରୁହନ୍ତୁ । ଏବଂ ପିଲାଙ୍କୁ ମଧ୍ୟ ସେ ସଂପର୍କରେ ଅବଗତ କରାନ୍ତୁ ।

• ଏଥି ସହିତ ଅନ୍ୟ ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରନ୍ତୁ । ସେମାନଙ୍କଠାରେ ନିଜ ସମସ୍ୟାକୁ ସେୟାର କରନ୍ତୁ ଏବଂ ନିଜ ପିଲା ଏବଂ ଅନ୍ୟ ପିଲାଙ୍କର ସୁରକ୍ଷା ଓ ଭବିଷ୍ୟତ ପାଇଁ ଭଲ ଉପାୟ ବିଷୟରେ ଚର୍ଚ୍ଚା କରନ୍ତୁ ।

• ଇଂଟରନେଟର ନୁଆ ତରିକା ସଂପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଆଖପାଖରେ ଘଟୁଥିବା ସମସ୍ତ ଘଟଣା ସଂପର୍କରେ ବି ପରିିଚିତ ରୁହନ୍ତୁ ।

blue whale terrorଏଠାରେ ଆମେ କହି ରଖୁଛୁ କି, ଭାରତରେ ‘ବ୍ଲୁ ହ୍ୱେଲ’ ଗେମ୍ ଅନେକ ପିଲାଙ୍କ ଜୀବନ ନେଇସାରିଲାନି । ୫୦ ଦିନ ଯାଏ ଖେଳାଯାଉଥିବା ଏହି ମାରାତ୍ମକ ଇଂଟରନେଟ୍ ଗେମ୍ ସାଧାରଣତଃ ପିଲାଙ୍କୁ ନିଜର ଶିକାର ବନାଉଛି । ଖାଲି ଭାରତରେ ନୁହେଁ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି ଏହି ଘାତକ ଖେଳର ତାଣ୍ଡବ । ଏହା ଅନୁଧ୍ୟାନ କରାଯାଇଛି କି ସାରା ବିଶ୍ୱରେ ଏହାକୁ ସର୍ଚ୍ଚ ଇଂଜିନରେ ଅଧିକ ସର୍ଚ୍ଚ କରାଯାଇଛି । ଗୁଗୁଲ ଟ୍ରେଣ୍ଡ ଅନୁସାରେ କୋଲକତା ଏଥି ମଧ୍ୟରେ ଶୀର୍ଷରେ ରହିଛି ଏବଂ ୫୪ ପ୍ରତିଶତ ସର୍ଚ୍ଚ ସହ ବେଙ୍ଗାଲୁରୁ ୬ନମ୍ବରରେ ଅଛି । ଏମିତି ଏକ ଜୀବନ ନାଶକ ଗେମ୍ କୁ ସର୍ଚ୍ଚ କରିବା ସହରର ମଧ୍ୟରେ ଭାରତର ସହର ଶୀର୍ଷରେ ରହିଛି । ଯାହା ଚିନ୍ତାର ବିଷୟ ଅଟେ।