ଦୁର୍ଘଟଣା ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ବ୍ଲୁ ପ୍ରିଂଟ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଂଟ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ବୈଠକ ବସିଛି । ଦୁର୍ଘଟଣା ରୋକିବା ପାଇଁ କି କି ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହୋଇଥିଲା । ମୂଖ୍ୟତଃ ୪ଟି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ସେଗୁଡିକ ମଧ୍ୟରୁ ବ୍ଲାଷ୍ଟ ସ୍ପଟ ବା ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ଡ୍ରାଇଭିଂ ଲାଇସେନ୍ସର ସଠିକ ଯାଂଚ ଓ ଦୁର୍ଘଟଣା ଘଟାଇଥିବା ଚାଳକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ପୂର୍ବରୁ ରାଜ୍ୟରେ ୮ଟି ଟ୍ରମା କେୟାର ଯୁନିଟ ଥିବା ଥିବା ବେଳେ ଆଉ ୮ଟି ଟ୍ରମା କେୟାର ଯୁନିଟ ପାଇଁ ସୁପାରିଶ କରାଯାଇଛି । ଯେଉଁଠି ଆବଶ୍ୟକ ସ୍ପିଡ ବ୍ରେକର ହଟାଯିବାକୁ ଆଲୋଚନା କରାଯାଇଛି ।