ସୁକମାରେ ସମରସଜ୍ଜା ! ଲାଲଗଡ ଭାଙ୍ଗିବାକୁ ରଣନୀତି ତିଆରି କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା

6

କନକ ବ୍ୟୁରୋ : ସୁକମା ସମରସଜ୍ଜା ପାଇଁ ତିଆରି ହେଲା ସ୍କେଚ୍ । ଲାଲଗଡରେ ନକ୍ସଲ ଦମନ ପାଇଁ ଅଂଟା ଭିଡିଲେ ସରକାର । ମାଓ ମୂଳପୋଛ ପାଇଁ ପଡିଲା ମୂଳଦୁଆ । ଦିଲ୍ଲୀରୁ ଅପରେସନ୍ ନକ୍ସଲ କ୍ଲିନର ନକ୍ସା ଆଙ୍କିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ । ଭିଡିଓ କନଫରେନ୍ସିଂରେ ନକ୍ସଲ ଅପରେସନରେ ନିୟୋଜିତ ଅଧିକାରୀଙ୍କ ସହ ତିଆରି ହେଲା ରଣନୀତି ।

ଲାଲଗଡର ଟିକିନିଖ୍ ଖବର ଏବଂ ମାଓବାଦୀଙ୍କ ପ୍ରତିଟି ଗତିବିଧିର ସୂଚନା ଦେଇଛନ୍ତି ଅଫିସର । ବସ୍ତର ଅଂଚଳର ୭ ଜିଲ୍ଲାପାଳ, ଏସ୍ପି, ଡିଜିପି ଓ ସିଆରପିଏଫ୍ ଅଧିକାରୀ ଡୋଭାଲଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ମାଓଗଡରେ ମାଓବାଦୀଙ୍କୁ କିଭଳି ମାତ୍ ଦିଆଯିବ ସେନେଇ ଗୁପ୍ତ ମନ୍ତ୍ରଣା କରିଛନ୍ତି ଇଂଟେଲିଜେନ୍ସ ବ୍ୟୁରୋ ଏବଂ ରାଜ୍ୟ ଇଂଟେଲିଜେନ୍ସ ୱିଙ୍ଗର ଅଧିକାରୀ ।

ଏପଟେ ମାଲକାନଗିରି ସୀମା ସିଲ୍ କରି ଆରମ୍ଭ ହୋଇଛି ଅପରେସନ୍ । କାଲିମେଳା କୁରୁବ ଜଙ୍ଗଲରେ ଚାଲିଛି ଜୋରଦାର କମ୍ବିଂ । ଘଂଚ ଜଙ୍ଗଲରେ ପଶି ଯବାନ ଖୋଜୁଛନ୍ତି ମାଓ ଶିବିର । ଦେଖିବା ମାତ୍ରେ ଗୁଳି କରିବାକୁ ମିଳିସାରିଛି ନିର୍ଦ୍ଦେଶ । କମ୍ବିଂ ବେଳେ ଜଙ୍ଗଲରୁ ୧୨ ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ ବୋମା ଜବତ ହୋଇଛି । ଯବାନଙ୍କୁ ସୁରକ୍ଷା ଦେବାକୁ ପହଁଚିଛି ବାୟୁସେନାର ପୱନ ହଂସ ହେଲିକପ୍ଟର । ଆକାଶମାର୍ଗରୁ ୨୪ ଘଂଟିଆ ନଜର ରଖାଯାଇଛି ।

ଏସବୁ ଭିତରେ ନଜର ରହିଛି ଆସନ୍ତା ମେ ୮ ତାରିଖର ବୈଠକ ଉପରେ । ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂଣ୍ଣ ବୈଠକ । ସାମିଲ ହେବେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଏବଂ ୩୫ ରୁ ଅଧିକ ଜିଲ୍ଲାପାଳ ।

Comments are closed.