ଡିଜିଟାଲ ଉପକରଣରୁ ନିର୍ଗତ ନୀଳ ରଙ୍ଗର ରଶ୍ମି ହୋଇପାରେ ଆପଣଙ୍କ ପାଇଁ ଘାତକ : ଚାଲିଯାଇପାରେ ଆପଣଙ୍କ ଦୃଷ୍ଟିଶକ୍ତି

48

ପରିବର୍ତ୍ତିତ ସମୟ ସହିତ ଲୋକମାନେ ଡିଜିଟାଲ ଯୁଗରେ ପ୍ରବେଶ କରିଛନ୍ତି । ପ୍ରତିଦିନ ନୂଆ ଡିଭାଇସ୍ ଲୋକଙ୍କ ଅସୁବିଧା ଓ କାମକୁ ସହଜ କରିବାରେ ଲାଗିଛି । କିନ୍ତୁ ତାଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ବନିଯାଇଛି । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ଡିଜିଟାଲ ଉପକରଣରୁ ନିର୍ଗତ ହେଉଥିବା ନୀଳ ରଙ୍ଗର ରଶ୍ମି ଦୃଷ୍ଟିହୀନତାର କାରଣ ବନିପାରେ ।

ଆମେରିକାର ୟୁନିଭର୍ସିଟି ଅଫ୍ ଟୋଲେଡୋରେ କରାଯାଇଥିବା ଏକ ଅନୁସନ୍ଧାନ ମୁତାବକ, ଲଗାତାର ଭାବେ ନୀଳ ରଙ୍ଗର ରଶ୍ମି ଦେଖିବା କାରଣରୁ ଆଖିରୁ ଉତ୍ପନ୍ନ ପ୍ରକାଶ ପାଇଁ ସମ୍ବେଦନଶୀଳ କୋଷରେ ବିଷାକ୍ତ ଅଣୁ ଉତ୍ପନ୍ନ ହୋଇପାରେ । ଏହା ଆମେରିକାରେ ଦୃଷ୍ଟିହୀନତାର ପ୍ରମୁଖ କାରଣ ମଧ୍ୟରୁ ଗୋଟାଏ ।