ଅସ୍ତରଙ୍ଗ ଉପକୂଳରେ ଅଭାବନୀୟ ଦୃଶ୍ୟ : ମରି ପଡ଼ିଛନ୍ତି ଲକ୍ଷ ଲକ୍ଷ ଜେଲିଫିସ୍

58

ଅସ୍ତରଙ୍ଗ : ସମୁଦ୍ର ଉପକୂଳରେ ବିରଳ ପ୍ରଜାତିର ମାଛ ମୃତ୍ୟୁ । ହଜାର ହଜାର ସଂଖ୍ୟାରେ ମରି ପଡ଼ିଛନ୍ତି ବ୍ଲ ବଟନ୍ ଜେଲି ଫିସ୍ । ରଙ୍ଗିନ୍ ହୋଇପଡ଼ିଛି ସମୁଦ୍ର ଉପକୂଳ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ଏତେ ସଂଖ୍ୟାରେ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି ।

ବିଶେଷ କରି ପ୍ରଶାନ୍ତ ଓ ଭାରତ ମହାସଗରରେ ଦେଖାଯାଆନ୍ତି ଏହି ବିରଳ ବ୍ଲୁ ବଟନ୍ ଜେଲି ଫିସ୍ । ଖାଦ୍ୟ ଅନ୍ୱେଷଣରେ ଉପକୂଳ ନିକଟକୁ ଭାସି ଆସନ୍ତି ଏହି ପ୍ରଜାରିତ ମାଛ । ତେବେ ମାଛଗୁଡ଼ିକର ଜୀବନ କାଳ କମ୍ ହୋଇଥିଲେ ମଧ୍ୟ ଗ୍ଲୋବାଲ ୱାରମିଂ ଏବଂ ସମୁତ୍ର କମ୍ପନ ଯୋଗୁଁ ଏହି ବିରଳ ମାଛ ପ୍ରାଣ ହରାଉଥିବା ପରିବେଶବିତମାନେ ମତ ଦେଇଛନ୍ତି ।

ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ସଂଖ୍ୟାଧିକ ଭାବେ ଏହି ବିରଳ ପ୍ରଜାତିର ମାଛଙ୍କ ମୃତ୍ୟୁ ଉଭୟ ପରିବେଶ ଓ ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି ।