ସମୁଦ୍ରକୂଳରେ ଆତଙ୍କ ଖେଳାଇଛି ବିଷାକ୍ତ ଜେଲିଫିସ୍ : ସରକାର ଜାରି କଲେ ଆଡଭାଇଜରି, ଜାଣନ୍ତୁ କେଉଁଠିି

31

ସମୁଦ୍ର ଲହଡିର ମଜା ଉଠାଇବା ପାଇଁ ଏକାଧିକ ସଂଖ୍ୟାରେ ଲୋକ ମୁମ୍ବାଇ ସମୁଦ୍ରତଟରେ ସବୁବେଳେ ଉପସ୍ଥିତ ଥାଆନ୍ତି । କିନ୍ତୁ ବିଷାକ୍ତ ଜେଲିଫିସ୍ ଉପସ୍ଥିତ ଥିବା କାରଣରୁ କେତେକ ଲୋକଙ୍କ ଆହତ ହେବା ଘଟଣାକୁ ଦେଖି ସରକାର ଆଡଭାଇଜରି ଜାରି କରି ଲୋକଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରିଛନ୍ତି । ମୁମ୍ବାଇର ସମୁଦ୍ରତଟରେ ବ୍ଲୁ ବଟଲ୍ ଜେଲିଫିସ୍ ର ବିରାଟ ସଂଖ୍ୟାରେ ଆଗମନ ହେବାର ମାମଲା ଦେଖାଦେଇଛି । ଏକାଧିକ ସଂଖ୍ୟାରେ ଜେଲିଫିସ୍ ଦେଖାଯିବା ତଥା କେତେକ ଲୋକଙ୍କୁ କାମୁଡିବା ଘଟଣାରେ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନିକଟରେ ଜୁହୁ, ଅକ୍ସା ଓ ଗିରଗାମ ଚୈାପାଟି ସମୁଦ୍ରତଟରେ ବହୁଳ ସଂଖ୍ୟାରେ ଜେଲିଫିସ୍ ଦେଖାଯାଇଛି ।

ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିବର୍ଷ ମୈାସୁମୀ ସମୟରେ ସମୁଦ୍ର କୂଳରେ ଜେଲିଫିସ୍ ଆସିଯାଆନ୍ତି । ଏଠି ତାଙ୍କର ପ୍ରଜନନର ସମୟ ହୋଇଥାଏ । ଏମାନଙ୍କ ସଂସ୍ପର୍ଶରେ ଆସିଲେ ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ଯେଉଁ ଅଙ୍ଗର ସଂପର୍କରେ ଆସନ୍ତି ତାହା ଅନୁଭୂତିଶୂନ୍ୟ ହୋଇଯାଇଥାଏ । କେତେକ ମାମଲାରେ ଏମାନଙ୍କ ଛୁଇଁ ହେବା ଦ୍ୱାରା ବଧିରପଣର ଶିକାର ହେବାର ଅଭିଯୋଗ ମିଳିଛି । ମୁମ୍ବାଇର ଗତ କିଛି ଦିନରେ ୨୦ଜଣ ଏହି ବିଷାକ୍ତ ମାଛର ଶିକାର ହୋଇଛନ୍ତି । ପୀଡିତ ମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣା ହୋଇଥାଏ । ବିଶେଷଜ୍ଞଙ୍କ ପରାମର୍ଶ ଯେ, ଦୀର୍ଘ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣା ରହିଲେ ମେଡିକାଲ ସହାୟତା ଯୋଗାଇଦେବା ଉଚିତ୍ ।