ସରକାରୀ ନୀତିନିୟମର ଜଳାଂଜଳି : ନିମ୍ନମାନର ରକ୍ତ ପରୀକ୍ଷା ଯନ୍ତ୍ର କିଣୁଛି ସ୍ୱାସ୍ଥ୍ୟବିଭାଗ

46

vlcsnap-2016-09-28-11h02m06s340କନକ ବ୍ୟୁରୋ : ସ୍ଥାନ- ବ୍ରହ୍ମପୁର । ତାରିଖ-ଅଗଷ୍ଟ ୨୯ ତାରିଖ । ଅତ୍ୟଧିକ ରକ୍ତ ଆବଶ୍ୟକ କରୁଥିବା ଥାଲାସେମିଆ ରୋଗୀକୁ ଏଚ୍ଆଇଭି ସଂକ୍ରମିତ ରକ୍ତ ଦିଆଯିବା ନେଇ ଆସିଲା ଅଭିଯୋଗ । ୪ ବର୍ଷର ଶିଶୁଟି ବ୍ରହ୍ମପୁର ବଡ଼ ମେଡିକାଲର ବ୍ଲଡ୍ ବ୍ୟାଙ୍କରୁ  ୭୧ଟି ରକ୍ତ ନେଇଥିବା ବେଳେ ପରେ ଜଣାପଡ଼ିଲା ରକ୍ତରେ ରହିଛି ଏଚ୍ଆଇଭି ଭୂତାଣୁ । ଜିଲ୍ଲାପାଳଙ୍କ ନିର୍ଦେଶରେ ଏହାର ତଦନ୍ତ କରୁଥିବା ବିଶେଷଜ୍ଞ ଦଳର ରିପୋର୍ଟ ଏପର୍ଯ୍ୟନ୍ତ ପଦାକୁ ଆସିନାହିଁ ।

vlcsnap-2016-09-28-11h02m39s049ମାତ୍ର ରକ୍ତ ପରୀକ୍ଷାରେ ବ୍ୟବହୃତ ହେଉଥିବା ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟ ବା ନାଟ୍ ଟେଷ୍ଟ ମେସିନ୍ ନିମ୍ନ ମାନର ହେଲେ ଏଭଳି ଆଶଙ୍କାକୁ ଯେ ଏଡାଇ ହେବ ନାହିଁ ତାହା ଜଣାପଡ଼ିଯାଉଛି । ଗତବର୍ଷ ଅକ୍ଟୋବର ମାସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ ବ୍ଲଡ୍ ବ୍ୟାଙ୍କରେ ଏଭଳି ମେସିନ୍ ସ୍ଥାପନ ସଂକ୍ରାନ୍ତ ଟେଣ୍ଡର ଓ ଚୁକ୍ତିକୁ ବାତିଲ କରିଛନ୍ତି ହାଇକୋର୍ଟ ।

୨୦୧୧ ମସିହାରେ ହାଇକୋର୍ଟ ରାଜ୍ୟର ସବୁ ବ୍ଲଡ୍ ବ୍ୟାଙ୍କରେ ଅତ୍ୟାଧୁନିକ ରକ୍ତପରୀକ୍ଷା ମେସିନ୍ ବସାଇବାକୁ ନିର୍ଦେଶ ଦେଇଥିଲେ । ସରକାର ୨୦୧୪ ଏହି ପ୍ରକ୍ରିୟା ଆରମ୍ଭ କରିବା ପରେ ବିଦେଶର ଦୁଇଟି କମ୍ପାନୀ ହୋମୋଜେନୋମିକ୍ସ ଓ ରୋସେ ଟେଣ୍ଡରରେ ଭାଗ ନେଇଥିଲେ । କୌଣସି କାରଣ ନଥାଇ ଟେକନିକାଲ୍ ବିଡରେ ହୋମୋଜେନୋମିକ୍ସକୁ କାଟିଦିଆଯିବା ବେଳେ ରୋସେକୁ ସବୁ ବ୍ଲଡ୍ ବ୍ୟାଙ୍କରେ ମେସିନ୍ ବସାଇବାକୁ ଚୁକ୍ତି କରାଗଲା । ରୋସେ ପାଖରେ ଅତ୍ୟାଧୁନିକ ବ୍ଲଡ୍ ଟେଷ୍ଟିଂ ମେସିନ୍ ଥିବା ବେଳେ ବି ସେ ପୁରୁଣା ସମୟର ମେସିନ୍ ଲଗାଇଥିଲା ।

ଆଉ ଏଥିରେ ପ୍ରାୟ ୩୫ କୋଟି ଟଙ୍କା ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ଆସିଥିଲା । ଶେଷରେ ଗତ ମାସ ୧୮ ତାରିଖରେ ହାଇକୋର୍ଟ ଏହି ପ୍ରକ୍ରିୟାକୁ ବେଆଇନ ବୋଲି କହିଥିବା ବେଳେ ପୁଣି ଥରେ ଟେଣ୍ଡର ପ୍ରକ୍ରିୟାକୁ ଶେଷ କରି ଆସନ୍ତା ଅକ୍ଟୋବର ମାସ ପୂର୍ବରୁ ସବୁଠାରୁ ଅତ୍ୟାଧୁନିକ ମେସିନ୍ ଲଗାଇବାକୁ ନିର୍ଦେଶ ଦେଇଛନ୍ତି  ।
ବ୍ଲଡ୍ ଟେଷ୍ଟ ମେସିନ୍ ସ୍ଥାପନରେ ବି ଦୁର୍ନୀତିର ଗନ୍ଧ । ଏଭଳି ପ୍ରକ୍ରିୟାରେ ନେତା ଓ ଅଫିସରଙ୍କ ହାତ ଚିକ୍କଣ ହେଉଛି କି? ଭିଜିଲାନ୍ସରେ ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ବି ଭିଜିଲାନ୍ସ ହାତ ବାନ୍ଧି ବସିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –