ସ୍ୱିଗିରୁ ଅର୍ଡର କରିଥିଲେ ଖାଦ୍ୟ, ଅଧା ଖାଇସାରିବା ପରେ ମିଳିଲା ରକ୍ତଭିଜା ବ୍ୟାଣ୍ଡେଜ୍

268

ଆଜିକାଲି ଘରେ ବସି ଖାଦ୍ୟ ଅର୍ଡର କରିବା ସାଧାରଣ କଥା । ଯଦି ଆପଣ ବି ଏମିତି କରୁଛନ୍ତି, ତେବେ ପ୍ରଥମେ ଯାଂଚ କରିନିଅନ୍ତୁ । ଯାଂଚ ନକରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା । ସେ ସ୍ୱିଗିରୁ ଚିକେନ୍ ସିଜୱାନ୍ ଚପ୍ ସୋଏ ଅର୍ଡର କରିଥିଲେ । କିନ୍ତୁ ଯେବେ ସେ  ଖାଇବା ଆରମ୍ଭ କଲେ, କିଛି ଖାଇବା ପରେ ପ୍ୟାକେଟରେ ଅଜବ ଜିନିଷ ଦେଖିବାକୁ ମିଳିଲା । ଯାହାକି ବ୍ୟବହାର କରାଯାଇଥିବା ବ୍ୟାଣ୍ଡେଡ୍ ଥିଲା ।

ଅର୍ଡର କରିଥିବା ବ୍ୟକ୍ତିଙ୍କ କହିବାନୁସାରେ, ସେ ଅଧା ଖାଇସାରିଥିଲେ, ସେତବେଳେ ତାଙ୍କୁ ବ୍ୟାଣ୍ଡେଡ ଦେଖାଗଲା । ଡେଲିଭରି ଆପ୍ ସ୍ୱିଗିକୁ ଟ୍ୟାଗ୍ କରି ପୋଷ୍ଟେ କଲେ ଓ ସେଥିରେ ଲେଖିଲେ, “ମୁଁ ଅଧା ଖାଇସାରିବାପରେ ମତେ ଏହି ବ୍ୟାଣ୍ଡେଡ ମିଳିଲା । ମୁଁ ରେସ୍ତୋରାଁ ସହ ସଂପର୍କ କଲି । କିନ୍ତୁ ସେ ମାମଲାକୁ ଗମ୍ଭୀରତାର ସହ ନେଲେନି । କହିଲେ କି, ସେମାନେ ଏହି ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ପଠାଇବେ । କିଏ  ଏମିତି ଅସ୍ୱଚ୍ଛ ଖାଦ୍ୟ ଖାଇବ । ମୁଁ ସ୍ୱିଗି ସହ କଥା ହେବାକୁ ମଧ୍ୟ ଚେଷ୍ଟା କଲି । କିନ୍ତୁ ଖାଦ୍ୟ ଡେଲିଭରି କରିବା ପରେ କଲ୍ କରି ସିଧା କଥାବାର୍ତ୍ତା କରିବାର କୌଣସି ବିକଳ୍ପ ନାହିଁ । ତାଙ୍କ ସହ କେବଳ ଚାଟ୍ ରେ କଥା ହୋଇପାରିବେ । କିନ୍ତୁ ସେମାନେ ଚାଟ୍ ରେ ବି ଜବାବ ଦେଲେନି ।”

ତା’ପରେ ବାଲାମୁରୁଗନ୍ ରେସ୍ତୋରାଁ ଓ ସ୍ୱିଗି ଉପରେ ମାମଲା ରୁଜୁ କରିବା ପାଇଁ ଲେଖିଲେ । ସେତେବେଳେ ସ୍ୱିଗି ତାଙ୍କ ପୋଷ୍ଟରେ କମେଂଟ କରି କହିଲା କି, “ଆମେ ଏହି ମାମଲାର କଡା ଯାଂଚ କରିବୁ ଓ ରେସ୍ତୋରାଁ ସହ କଥା ହୋଇ ଏହାର କାରଣ ପଚାରିବୁ ।”