ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ! ରକ୍ତରୋଗୀଙ୍କ ଯାତାୟାତ ପାଇଁ ମିଳିବ ଖର୍ଚ୍ଚ

48

କନକ ବ୍ୟୁରୋ : ସ୍ୱେଚ୍ଛାକୃତ ଋକ୍ତଦାନ ଦିବସ ଅବସରରେ ରକ୍ତରୋଗୀଙ୍କ ଯାତାୟାତ ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ରକ୍ତରୋଗୀଙ୍କୁ ମେଡିକାଲ ନେବା ପାଇଁ ମିଳିବ ଯାତାୟାତ ଖର୍ଚ୍ଚ । ଗ୍ରାମାଚଂଳରେ ସ୍ୱେଚ୍ଚାକୃତ ରକ୍ତ ସଂଗ୍ରହ କରିବା ପାଇଁ ଆଉ ୯ଟି ରକ୍ତ ସଂଗ୍ରଂହ ଭ୍ୟାନ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି । ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି ।

ରକ୍ତଦାନ ମହତ ଦାନ । ଆଜି ପୂରା ଦେଶରେ ପାଳନ ହେଉଛି ସ୍ୱେଚ୍ଛାକୃତ ରକ୍ତଦାନ ଦିବସ । ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ଧନ୍ୟବାଦ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜୟଦେବ ଭବନରେ ଏହି ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଗ୍ରାମାଚଂଳରେ ସ୍ୱେଚ୍ଚାକୃତ ରକ୍ତ ସଂଗ୍ରହ କରିବା ପାଇଁ ଆଉ ୯ଟି ରକ୍ତ ସଂଗ୍ରଂହ ଭ୍ୟାନ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି ।

ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏବେ ରାଜ୍ୟରେ ନବୀନ ସରକାର ଯେପରି ଭାବେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତ ଶିବିର କରି ରକ୍ତ ସଂଗ୍ରହ କରୁଛନ୍ତି ତାହା ବାସ୍ତବରେ ବେଶ୍ ପ୍ରଂଶସାଯୋଗ୍ୟ ବୋଲି ସେ କହିଥିଲେ । ଏହାସହ ଆମ ଓଡିଶା ସହ ରାଜ୍ୟ ସରକାରଙ୍କ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପ୍ରତିଦ୍ୱନ୍ଦିତା କରୁଥିବାରୁ ସେ ଏହାକୁ ସ୍ୱାଗତ କରିଥିଲେ । କାରଣ ଗତ କିଛି ବର୍ଷ ଧରି ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର କରି ଯେତିକି ୟୁନିଟ୍ ରକ୍ତ ସଂଗ୍ରହ କରିଥିଲା ଅଳ୍ପଦିନ ମଧ୍ୟରେ ତାହାଠାରୁ ଅଧିକ ୟୂନିଟ୍ ରକ୍ତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସଂଗୃହିତ ହୋଇଛି । ତେଣୁ ଦୁଇଟି ସଂଗଠନ ମିଳିତ ଉଦ୍ୟମରେ ରାଜ୍ୟରେ ରକ୍ତ ଅଭାବରୁ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ ବୋଲି ସେ କହିଥିଲେ ।