ଜିଦରେ ଅଟଳ ଶିକ୍ଷକ ! ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ଦେଲେ ଚେତାବନୀ

41

କନକ ବ୍ୟୁରୋ : ଜିଦରେ ଅଟଳ ଶିକ୍ଷକ । ପୂର୍ଣ୍ଣ ଅନୁଦାନ ସହ ଚାକିରୀ ସର୍ତାବଳୀ ନଦେବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ । ଆଜି ମିଳିତ ମଂଚ ପକ୍ଷରୁ ଆୟୋଜିତ ଷ୍ଟିୟରିଂ କମିଟିରେ ଏଭଳି ନିଷ୍ପତି ନିଆଯାଇଛି । ସରକାର ଦାବି ନମାନିବା ଯାଏଁ ରାଜଧାନୀ ରାଜରାସ୍ତାରୁ ହଟିବେ ନାହିଁ ଶିକ୍ଷକ । ମିଳିତ ମଂଚ ଷ୍ଟିୟରିଂ କମିଟି ବୈଠକରେ ଏଭଳି ନିଷ୍ପତି ନିଆଯିବା ପରେ ସରକାରଙ୍କ ପାଇଁ ଅଡୁଆ ବଢିଛି । ରାସ୍ତା ଉପରେ ଗଣେଷ ପୂଜା ଓ ନୂଆଖାଇ ପାଳିଥିବା ଶିକ୍ଷକମାନେ ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗୁରୁ ଦିବସରେ ଲୋୟର ପିଏମଜିରେ ୫୦ ହଜାରରୁ ଅଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ ମିଳିତ ସମାବେଶ କରିବେ ବୋଲି କହିଛି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଂଚ । ସେପଟେ ଶିକ୍ଷକଙ୍କ ଦାବି ବାବଦରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଖୁବ୍ ଶୀଘ୍ର ସମାଧାନର ବାଟ ବାହାରିବ । ଆଜି ଶିକ୍ଷକମାନଙ୍କ ସହ ପୁଣି ଥରେ ଆଲୋଚନା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।