କେବେ ଶୁଣିବେ ସରକାର ? ବର୍ଷାରେ ଭିଜି ବ୍ଲକଗ୍ରାଂଟ୍ ଶିକ୍ଷକ ଓ ଅଧ୍ୟାପକଙ୍କ ହକ୍ ପାଇଁ ଆନ୍ଦୋଳନ

26

କନକ ବ୍ୟୁରୋ : ବର୍ଷାରେ ବି ଆନ୍ଦୋଳନ । ନିଜର ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି ରାଜରାସ୍ତାରେ ଶିକ୍ଷକ ଓ ଅଧ୍ୟାପକ । ୧୨ ଦିନରେ ପହଁଚିଛି ବ୍ଲକଗ୍ରାଂଟ୍ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ । ବ୍ଲକଗ୍ରାଂଟ ପରମ୍ପରା ଉଚ୍ଛେଦ ଦାବିରେ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଓ ଆନ୍ଦୋଳନ ଚଳାଇଛନ୍ତି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଂଚ ।

ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ଆଲୋଚନା ଚାଲିଛି କିଛି ନିର୍ଯ୍ୟାସ ବାହାରିବ । ସେପଟେ ଦାବି ପୂରଣ ନହେବ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକ ଓ ଅଧ୍ୟାପକମାନେ ଚେତାବନୀ ଦେଇଛନ୍ତି । ତେବେ ଆସନ୍ତାକାଲିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।