ବ୍ଲକଗ୍ରାଂଟ ଶିକ୍ଷକଙ୍କ ବିବାଦୀୟ ସତ୍ୟପାଠ ପ୍ରସଙ୍ଗ ! ଅନୁଦାନ ଆଇନର ଲିଖିତ ସତ୍ୟପାଠ ବ୍ୟବସ୍ଥାକୁ ଉଠାଇ ଦେଲା ଗଣଶିକ୍ଷା ବିଭାଗ

224

କନକ ବ୍ୟୁରୋ : ବ୍ଲକଗ୍ରାଂଟରୁ ଗ୍ରାଂଟ- ଇନ- ଏଡ ମାନ୍ୟତା ପାଇଥିବା ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ. ସଂସ୍କୃତ ଟୋଲ ଓ ମଦ୍ରାସା ଶିକ୍ଷକ ଓ କର୍ମଚାରୀଙ୍କ ବିଜୟ ହୋଇଛି । ୨୦୧୭ ଅନୁଦାନ ଆଇନର ନିର୍ଦ୍ଦେଶନାମାରେ ଥିବା ଲିଖିତ ସତ୍ୟପାଠ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । କୌଣସି ଶିକ୍ଷକ ବା କର୍ମଚାରୀଙ୍କୁ ଏଣିକି ଆଉ ଲିଖିତ ସତ୍ୟପାଠ ଦେବାକୁ ପଡିବ ନାହିଁ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ସ୍ୱାଗତ କରିଛି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ପରବର୍ତ୍ତୀ ପଦକ୍ଷେପ ନେଇ ମଂଚର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ଜଣାପଡିଛି ।

ସେପଟେ ଉଚ୍ଚଶିକ୍ଷାର ମାନବୃଦ୍ଧି ପାଇଁ ରାଜ୍ୟସରକାର ଟିସିଆଇଏଲ ଏବଂ ଧେୟ ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଟିସିଆଇଏଲ ୧୦୧ଟି ଡିଗ୍ରୀ କଲେଜରେ ସ୍ମାର୍ଟ କ୍ଲାସରୁମ, ପ୍ରୋଜେକ୍ଟ. ଗ୍ରୀନବୋଡ ଏବଂ କ୍ୟାମେରା ଜରିଆରେ ଶିକ୍ଷାଦାନ ଦେବା ପାଇଁ ଯୋଜନା କରିଛି । ଧେୟ ଏଜୁକେସନାଲ ସର୍ଭିସ ସିଭିଲ ସର୍ଭିସ ପରୀକ୍ଷା ଆଶୟୀଙ୍କ ପାଇଁ ଉନ୍ନତମାନର ପ୍ରଶିକ୍ଷଣ ବ୍ୟବସ୍ଥା କରାଇବ । ଭାରତୀୟ ପ୍ରଶାସନିକ ସେବାରେ ଓଡିଆ ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ଦେବାପାଇଁ ଏହି ସଂସ୍ଥା ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।