୧୪ ଦିନରେ ପହଞ୍ଚିିଲା ବ୍ଳକଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନ ! ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ଶିକ୍ଷକଙ୍କ ନିଷ୍ପତି

55

କନକ ବ୍ୟୁରୋ : ୧୪ ଦିନରେ ପହଞ୍ଚିିଛି ବ୍ଳକଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନ । ରାଜଧାନୀର ରାଜରାସ୍ତାରେ ଖରା ବର୍ଷାରେ କଟୁଛି ବ୍ଳକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକ ଦିନ ରାତି । କାଲି ଅପରାହ୍ନରେ ହଜାର ହଜାର ଶିକ୍ଷକ ଓ ଅଧ୍ୟାପକ ଏହି ଆନ୍ଦୋନଳରେ ସାମିଲ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଡାକରା ଆସିନି ମିଳିତମଂଚ ପାଖକୁ । ଅନ୍ୟପଟେ ଯଦି ଆଲୋଚନା ମାଧ୍ୟମରେ ବାଟ ନଫିଟେ ତେବେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ମିଳିତ ମଂଚ ପକ୍ଷରୁ କୁହାଯାଇଛି । ସେହିପରି ଗୁରୁ ଦିବସକୁ କଳା ଦିବସ ରìପେ ପାଳନ କରାଯିବ ବୋଲି ମିଳିତ ମଂଚ ପକ୍ଷରୁ କୁହାଯାଇଛି । ଏହି ଆନ୍ଦୋଳନକୁ କେରଳ, ପଶ୍ଚିମବଂଙ୍ଗ, ମହାରାଷ୍ଟ,ଆନ୍ଦ୍ରପ୍ରଦେଶ ଶିକ୍ଷକ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଗଣେଶ ଚତୁର୍ଥୀରେ ମଧ୍ୟ ରାସ୍ତା ଉପରେ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ରାସ୍ତା ଉପରେ ନୂଆଁଖାଇ ପାଳିଥିଲେ ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକ । ଆନ୍ଦୋଳନ ସ୍ଥଳରେ ମା’ ସମଲେଇଙ୍କ ଫଟୋ ରଖି ଶିକ୍ଷକ ଶିକ୍ଷୟିତ୍ରୀ ଯଥାରୀତି ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ । ଅନ୍ୟପକ୍ଷରେ ରାଜନୈତିକ ଦଳ ପରେ ଶନିବାର ବିଭିନ୍ନ ଶ୍ରମିକ ସଙ୍ଗଠନର ସଦସ୍ୟମାନେ ମିଳିତ ମଞ୍ଚର ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଶ୍ରମିକ ନେତା ଶିବାଜୀ ପଟ୍ଟନାୟକ, ଆଇଏନଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ କିଶୋର ଜେନା, ହିନ୍ଦ୍ ମଜଦୁର ସଭାର ସଭାପତି ଲକ୍ଷ୍ମୀପ୍ରିୟା ଦେବୀ, ଏଆଇୟୁଟିସିର ସଭାପତି ଜୟସେନ ମେହେର, ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ ଧାରଣାସ୍ଥଳରେ ପହଞ୍ଚି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।