ସରକାରଙ୍କ ବିରୋଧରେ ସଂଘର୍ଷର ଆହ୍ୱାନ ଦେଇଥିବା ଶିକ୍ଷକଙ୍କୁ ଭେଟିଲେ ବିଧାୟକ ! ଲୋୟର ପିଏମଜିରେ ପହଂଚିଲେ ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ

19

କନକ ବ୍ୟୁରୋ : ରାଜଧାନୀରେ ରାଜରାସ୍ତାରେ ହକ୍ ପାଇଁ ସଂଘର୍ଷ କରୁଛନ୍ତି ଶିକ୍ଷକ । ବ୍ଲକ୍ ଗ୍ରାଂଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତିି ଶିକ୍ଷକ । ଶିକ୍ଷକ ସଂଘ ଆନ୍ଦୋଳନ ୩ ଦିନରେ ପହଂଚିଥିବା ବେଳେ ଧାରଣାସ୍ଥଳରେ ପହଂଚିଛନ୍ତି ବିଧାୟକ ସଂଜୟ ଦାଶବର୍ମା ଓ ବିଧାୟକ ପ୍ରଣବ ପ୍ରକାଶ ଦାସ । ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଦୁଇ ସରକାରୀ ପ୍ରତିନିଧି ନିବେଦନ କରିଛନ୍ତି । ତେବେ ଦାବୀ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତି ନେଇଛି ସଂଘ । ବୁଧବାର ଠାରୁ ହଜାର ହଜାର ଶିକ୍ଷକ ରାଲିରେ ଆସି ଧାରଣା ବସିଛନ୍ତି ।