ବଢିଲା ବ୍ଲକଗ୍ରାଂଟ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା : ମୂଳ ଦରମାରେ ୨୫ % ବୃଦ୍ଧି

50

କନକ ବ୍ୟୁରୋ : ବଢିଲା ବ୍ଲକଗ୍ରାଂଟ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା । ମୂଳ ଦରମାରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଶାସ୍ତ୍ରୀ, ଉପଶାସ୍ତ୍ରୀ କଲେଜ ସମେତ ୪୮୮ ଓ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ । ଅନ୍ୟ ୧୫ ପ୍ରତିଶତ ଦରମା ବୃଦ୍ଧି ଉପରେ ଖୁବ୍ ଶୀଘ୍ର ନିଷ୍ପତି ନେବେ ସରକାର । ସେହିପରି ଇପିଏଫ ଓ ଚାକରୀ ସର୍ତାବଳୀର ନିୟମ ପ୍ରଚଳନ ହେବ । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ବ୍ଲକ୍ ଗ୍ରାଂଟ୍ ଉଚ୍ଛେଦ ଓ ଦରମା ବୃଦ୍ଧି ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଦୀର୍ଘ ଦିନ ଧରି କଲେଜ ଗୁଡ଼ିକରେ ପାଠପଢ଼ା ପ୍ରଭାବିତ ହୋଇଥିଲା । ଏମିତିକି ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ସମୟରେ ଅସହଯୋଗ ଯୋଗୁଁ କିଛି ଦିନ ମୁଲ୍ୟାୟନରେ ସମସ୍ୟା ସୃଷ୍ଟି ହୋଇଥିଲା ।