ପୁର୍ଣ୍ଣ ଅନୁଦାନ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ

45

କନକ ବ୍ୟୁରୋ : ପୁର୍ଣ୍ଣ ଅନୁଦାନ ଦାବି ଏବଂ ସମାନ କାର୍ଯ୍ୟକୁ ସମାନ ଦରମା ଦେବା ପ୍ରସଙ୍ଗକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ । ଶତାଧିକ ଅଧ୍ୟାପକ ଏବଂ କର୍ମଚାରୀ କଲେଜ ବନ୍ଦ କରି ବିଧାନସଭା ସମ୍ମୁଖରେ ତିନିଦିନ ଧରି ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇ ନାହିଁ । ଏପରିକି ଦାବିକୁ ନେଇ ଆଲୋଚନା କରାଯାଇ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ଦାବିର ବିଚାର କରାନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।