ଦୃଷ୍ଟିହୀନ ବି ପଢ଼ିପାରିବେ ଖବରକାଗଜ ! ଆସିଲା ସ୍ୱତନ୍ତ୍ର ଚଷମା, ଜାଣନ୍ତୁ ଭାରତୀୟ ବଜାରରେ କେତେ ରହିଛି ଏହାର ମୂଲ୍ୟ ?

74

ଦୃଷ୍ଟିହୀନମାନେ ଯିବାଆସିବା ଠାରୁ ଆରମ୍ଭ କରି ନିତ୍ୟକର୍ମ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିଛି ବି କରିବା ପାଇଁ ତାଙ୍କୁ ଅନ୍ୟର ସାହାରା ନେବାକୁ ପଡ଼େ । ତେବେ ସବୁବେଳେ ସେମାନଙ୍କ ପାଖରେ କେହି ରହିବା ସମ୍ଭବପର ହୋଇପାରେ ନାହିଁ । ଆଉ ସେଥିପାଇଁ ସେମାନେ ଅବହେଳିତ ଅନୁଭବ କରନ୍ତି । ତେବେ ଦୃଷ୍ଟିହୀନଙ୍କ ପାଇଁ ଏକ ଏପରି ସ୍ୱତନ୍ତ୍ର ଚଷମା ଆସିଯାଇଛି ଯାହାଦ୍ୱାରା ତାଙ୍କୁ ଆଉ କାହା ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ । ନିଜ କାମ କରିବା ସହ ଖବରକାଗ ମଧ୍ୟ ପଢ଼ିପାରିବେ ଦୃଷ୍ଟିହୀନ ।

ନିକଟରେ ଚାରିଜଣ ସାଙ୍ଗ ଦୃଷ୍ଟିହୀନଙ୍କ ଜୀବନରେ ନୂଆ ରଙ୍ଗ ଭରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାର ଚଷମା ତିଆରି କରିଛନ୍ତି । ଏହି ଚଷମା ବ୍ୟହାର କରିବା ଦ୍ୱାରା ଦୃଷ୍ଟିହୀନମାନେ ରାସ୍ତାରେ ଆସୁଥିବା ଅସୁବିଧାକୁ ଜାଣିପାରିବେ ଓ ଚିହ୍ନିପାରିବେ । କେବଳ ଏତିକି ନୁହେଁ ଖବରକାଗଜ ମଧ୍ୟ ପଢ଼ିପାରିବେ । ଚଷମା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସି ଟେକ୍ନାଲୋଜି ଦ୍ୱାରା ପ୍ରସ୍ତୁତ ହୋଇଛି । ଏହାକୁ ତିଆରି କରିଛନ୍ତି ଚାରି ସାଙ୍ଗ ଶ୍ରେୟସ , ଅର୍ପିତ, ସଂଚିତ ଓ ରାହୁଲ । ଦୃଷ୍ଟିହୀନଙ୍କ ପାଇଁ ସାହାରା ହେବାପାଇଁ ପ୍ରସ୍ତୁତ ହୋଇଥିବା ଚଷମାର ନାଁ ରଖାଯାଇଛି ବିଶ୍ରୁତି । ବିଶ୍ରୁତି ଏକ ସଂସ୍କୃତ ଶବ୍ଦ । ଏହାର ଅର୍ଥ ହେଲା ଶୁଣିକି ଦେଖିବା । ଦୃଷ୍ଟିହୀନ ଲୋକମାନେ ଶୁଣିକି ତାଙ୍କର ଦିନଚର୍ଯ୍ୟା କରନ୍ତି । କୌଣସି ବ୍ୟକ୍ତିକୁ ଚିହ୍ନିବା ପାଇଁ ତା’ର ସ୍ୱର ଶୁଣିଲା ପରେ ହିଁ ଜାଣିପାରନ୍ତି । ତେବେ ଏହି ଚଷମାକୁ ଏପରି ପ୍ରସ୍ତୁତ କରାଯାଇଛି, ଯଦ୍ୱାରା ଦୃଷ୍ଟିହୀନ ଲୋକଙ୍କ ଜୀବନ ସୁଗମ ହେବ ।

ବିଶ୍ରୁତିରେ ଏକ କ୍ୟାମେରା ଓ ଛୋଟ କମ୍ପ୍ୟୁଟର ଲାଗିଛି । ଏହା ବ୍ୟତୀତ ଚଷମାରେ ଲାଗିଛି ଅଡ଼ିଓ ଫିଡ଼ବ୍ୟାକ ସିଷ୍ଟମ୍ ଯାହା ବୋନ୍ କଣ୍ଡକ୍ସନ ଟେକ୍ନୋଲୋଜିରେ କାମ କରେ । ଏହାଦ୍ୱାରା କାନ ଫଛରେ ଥିବା ହାଡ଼ ଜରିଆରେ ସିଧା କାନ ପର୍ଯ୍ୟନ୍ତ ପହଞ୍ଚେଞ୍ଚ । ବିଶ୍ରୁତି ଚାରୋଟି ସ୍ୱତନ୍ତ୍ର କାମ କରେ । ଏହାର ପ୍ରମୁଖ କାମ ହେଲା ନାଭିଗେସନ୍, ମଲ୍ଟିପଲ ଅବଜେକ୍ଟ , କେରନ୍ସି ଡିଟେକ୍ସନ ଓ ଟେକ୍ସ ଟୁ ସ୍ପିଚ୍ ।

ନାଭିଗେସନ ଫିଚର ଦୃଷ୍ଟିହୀନ ଲୋକଙ୍କ ସୁବିଧାରେ ରାସ୍ତା ଦେଖାଇବ । ଏହି ଫିଚର ଜଣାଇବ ସିଧା ଯିବାକୁ ପଡ଼ିବ ନାଇଁ ବାମକୁ କିମ୍ବା ଡାହାଣକୁ । ରାସ୍ତାରେ ଯଦି ଖାଳଢ଼ିପ ଥାଏ, ତେବେ ନାଭିଗେସନ ଜରିଆରେ ଦୃଷ୍ଟୀହୀନଙ୍କୁ ଏନେଇ ଜାଣିପାରିବେ ।

ମଲ୍ଟିପଲ ଓବଜେକ୍ଟ ଫଙ୍ଗସନ୍ ଦ୍ୱାରା ଦୃଷ୍ଟିହୀନ ଲୋକେ ବିଭିନ୍ନ ସାମଗ୍ରୀକୁ ସହଜରେ ଚିହ୍ନିପାରିବେ । ଏହି ଫିଚର ଜରିଆରେ ଆସୁଥିବା କୌଣସି ବି ପ୍ରକାର ଜୀବଜନ୍ତୁ ମଧ୍ୟ ଚିହ୍ନପାରିବେ । ଏହା ବ୍ୟତୀତ କରେନ୍ସି ଡିଟେକ୍ସନ ଫିଚର ଜରିଆରେ ଭାରତୀୟ ନୋଟକୁ ଅତି ସହଜରେ ଚିହ୍ନିହେବ ।

ଏହା ବ୍ୟତୀତ ଟେକ୍ସ ଟୁ ଫିଚର ଜିଆରେ ଦୃଷ୍ଟିହୀନମାନେ ଖବରକାଗଜ ମଧ୍ୟ ପଡ଼ିପାରିବେ । ଏହି ଚଷମା ଲଗାଇବା ପରେ ବିଶ୍ରୁତି କାନରେ ହେଡ଼ଲାଇନ୍ ପଢ଼ି ଶୁଣାଇବ । ଦୃଷ୍ଟିହୀନମାନେ ବିଶ୍ରୁତି ଜରିଆରେ ମରାଠୀ, କନ୍ନଡ଼, ଇରାଂଜୀ, ତାମିଲ, ହିନ୍ଦୀ ସମେତ ୧୫ଟି ଭାରତୀୟ ଭାଷାରେ ଖବରକାଗଜର ହେଡ଼ଲାଇନ୍ ପଢ଼ିଶୁଣାଇବ । ଏହା ବ୍ୟତୀତ ବିଶ୍ରୁତ ଫ୍ରେଂଚ ଓ ଇଟାଲିଆନ୍ ଭାଷା ମଧ୍ୟ ପଢ଼ିହେବ । ସୂଚନା ଅନୁସାରେ ବଜାରକୁ ଆସିବା ପାଇଁ ଆଉ କିଛି ଦିନ ଲାଗିବ ବୋଲି ସୂଚନା ମିଳିଛି । ତେବେ ଭାରତୀୟ ବଜାରେ ଏହି ଚଷମାର ମୂଲ୍ୟ ୮ରୁ ୧୦ ହଜାର ରଖାଯିବ ବୋଲି ଜଣାପଡ଼ିଛି ।