ଢେଙ୍କାନାଳ ସୋଲଗାଡିଆ ଗାଁରେ ଅଭାବନୀୟ ଘଟଣା : ପାମ୍ପଡ ବିକୁଥିବା ଦୃଷ୍ଟିହୀନ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

46

vlcsnap-2016-09-02-16h14m30s816ଢେଙ୍କାନାଳ : ଦୃଷ୍ଟିହୀନ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ସୋଲଗାଡିଆ ଗାଁରେ। ଜନୈକ ଦୃଷ୍ଟିହୀନ ଦିବ୍ୟାଙ୍ଗ ଯୁବତୀଙ୍କୁ ସେହି ଗ୍ରାମର ରମେଶ ଦେହୁରୀ ନାମକ ଯୁବକ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଯୁବତୀ ଜଣକ ସାହି ସାହି ବୁଲି ପାମ୍ପଡ ବିକ୍ରି କରନ୍ତି। ଗତକାଲି ଅପରାହ୍ନ ୪ ଟା ସମୟରେ ଘରୁ କିଛି ପାମ୍ପଡ ନେଇ ପାଖ ଦେହୁରୀ ସାହିକୁ ଯାଇଥିବା ବେଳେ ଫେରୁ ଫେରୁ ସଂଧ୍ୟା ହୋଇଗଲା। ବର୍ଷା ହେଉଥିବାରୁ ଦେହୁରୀ ସାହିର ରମେଶ ଦେହୁରୀଙ୍କ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ଯୁବତୀଙ୍କୁ ଏକୁଟିଆ ପାଇ ରମେଶ ତାଙ୍କ ମୁହଁରେ ହାତ ଚାପି ଘର ଭିତରକୁ ଟାଣିନେଇ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିବା କହିଛନ୍ତି ପୀଡିତା। ବହୁ କଷ୍ଟରେ ସେଠାରୁ ଖସିଆସି ନିଜ ଘରେ କହିବା ପରେ ତାଙ୍କ ମାଆଙ୍କ ସହ ନିହଲପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ରମେଶ ଦେହୁରୀକୁ ଗିରଫ କରବା ସହ ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା ହୋଇଛି। ପୀଡିତା ଦିବ୍ୟାଙ୍ଗ ଯୁବତୀଙ୍କର ଢେଂକାନାଳ ଡାକ୍ତରଖାନାରେ ମାଇନା କରାଯିବ।

ଦେଖନ୍ତୁ ଏହି ଭିଡିଓ –