ପିଛା ଛାଡୁନି ଅନ୍ଧ ବିଶ୍ୱାସ । ଗାଁ ଝିଅଙ୍କୁ ଗ୍ରାସ କରୁଛି ପ୍ରେତାତ୍ମା, ବିଜ୍ଞାନ ଯୁଗରେ ଗୁଣିଆ ଡାକି ଝଡାଫୁଙ୍କା କରୁଛନ୍ତି ଗ୍ରାମବାସୀ

120

କନକ ବ୍ୟରୋ: ମାତିଛି ପ୍ରେତାତ୍ମା ! ସନ୍ଧ୍ୟା ହେଲେ ଗାଁ ଲୋକେ ଘରୁ ବାହାରିବାକୁ ଭୟବୀତ । ଏକ ପ୍ରକାର କହିବାକୁ ଗଲେ ଗାଁରେ ଲାଗି ରହିଛି କୋକୁଆ ଭୟ । କାରଣ ଗାଁରେ ମାତିଛି ପ୍ରେତାତ୍ମାର ଭୌତିକ କାଣ୍ଡ । ୧୦ରୁ ଅଧିକ ଝିଅଙ୍କୁ ଗ୍ରାସିଛି ପ୍ରେତାତ୍ମା ବୋଲି  ଗାଁ ଲୋକେ କହିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ ନୁଆଗଡ ପଂଚାୟତରେ ।

ପାରାଦୀପ ଉପକଣ୍ଠ ନୁଆଗଡ ପଂଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ପ୍ରାୟ ୧୦ରୁ ଉଦ୍ଧ୍ୱର୍ ଝିଅ ମାନଙ୍କୁ ପ୍ରେତାତ୍ମା ଗ୍ରାସୁଥିବା ଅନ୍ଧ ବିଶ୍ୱାସ ବଢ଼ିବାରେ ଲାଗିଛି । ଏହି ଘଟଣା ପ୍ରାୟ ୩ମାସ ଧରି ଲାଗିରହିଥିବା ବେଳେ ବର୍ତମାନ ପ୍ରାୟ ୨ରୁ ୩ଦିନହେବ ଏହାର ପ୍ରଭାବ ଅଧିକହେବାର ଦେଖିବାକୁ ମିଳିଛି । ତେବେ ଯେତେ ଏହାର ପ୍ରତିକାର କଲେ ମଧ୍ୟ ସୁଫଳ ମିଳୁନଥିୁବା ଗାଁ ଲୋକେ କହିଛନ୍ତି । ସୁଚନା ମୁତାବକ ଝିଅ ମାନଙ୍କୁ ଏକ ଅଜଣା ଶକ୍ତି ସେମାନଙ୍କୁ ଶରୀରକୁ ପ୍ରବେଶ କରୁଛି । ଏହା ପରେ ସେମାନଙ୍କ ମଧ୍ୟରେ ଅସ୍ୱାଭବିକ ଲକ୍ଷଣ ଦେଖାଯିବା ସହ ଚେତାବନୀ ମଧ୍ୟ ଦେଉଛନ୍ତି । ସେ ଅଜଣା ଆତ୍ମା ୩ଟି ମୁଣ୍ଡ ନେଲେ ସେମାନେ ଏଠାରୁ ପଳାଇଯିବେ ବୋଲି କହୁଥିବା ମଧ୍ୟ ଜଣାପଡିଛି । ଏହି ଘଟଣାକୁ ନେଇ ଗାଁଲୋକେ ସଂଧ୍ୟା ହେଲେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଏପରିକି ଏହି ଝିଅ ମାନଙ୍କୁ ସ୍କୁଲକୁ ଯିବା ପାଇଁ ମଧ୍ୟ ବନ୍ଦ କରିଦେଇଛନ୍ତି ପରିବାର ଲୋକେ ।

ଦିର୍ଘ ୩ ମାସଧରି ଏଭଳି ଘଟଣା ଦେଖିବାକୁ ମିଳିଥିଲେ ମଧ୍ୟ ପରିବାର ବର୍ଗ ଯେତେ ଗୁଣିଆଙ୍କୁ ଆଣିବା ଓ ବିଭିନ୍ନ୍ ଜାଗାକୁ ନେଇ ଝଡାଫୁଙ୍କା କରିଥିଲେ ମଧ୍ୟ ପ୍ରତିକାର ମିଳି ନଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏପରିକି ଡାକ୍ତରୀ ଚିକିତ୍ସା କଲାପରେବି ଏମାନଙ୍କ ସ୍ୱାଭବରେ କୌଣସି ପରିବର୍ତନ ଆସୁନଥିବା ଦେଖିବାକୁ ମିଳିଛି । ଗୁଣିଆ ପିନ୍ଧାଇଥିବା ଡେଉଁରିଆ କାଢିଦେବା ମାତ୍ରେ ପୁର୍ବଭଳି ସ୍ୱଭାବ ଫେରି ଆସୁଛି । ଗାଁ ଲୋକଙ୍କ ଉପରକୁ ଆକ୍ରମଣ କରୁଥିବା ପରିବାରବର୍ଗ କହିଛନ୍ତି । ଯାହାଫଲରେ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସୁ ନାହାଁନ୍ତି । ସେପଟେ ଏଭଳି ଘଟଣା ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରିପୋର୍ଟ ମାଗିଛନ୍ତି ବୋଲି ପ୍ରଧାନଶିକ୍ଷକ କହିଛନ୍ତି । ବିଜ୍ଞାନ ଯୁଗରେ ଏଭଳି ଘଟଣାକୁ କିଛି ଲୋକେ ଗ୍ରହଣ କରୁନଥିବାବେଳେ ଆଉକିଛି ଲୋକେ ଏହାକୁ ବିଶ୍ୱାସ କରୁଛନ୍ତି ତେବେ ଏ ଘଟଣାର ସତ୍ୟତା ପ୍ରକୃତରେ କ’ଣ ରହିଛି ତାହା ବର୍ତ୍ତମାନ ଅସସ୍ପଷ୍ଟ ହୋଇ ରହିଛି ।