ଅନ୍ଧବିଶ୍ୱାସର ଅନ୍ଧଗଳିରେ ସୁନ୍ଦରଗଡ : ବଜ୍ରାଘାତରେ ଅଚେତ ଯୁବକଙ୍କୁ ଦେଢଘଂଟା ଗୋବର ଭିତରେ ପୋତି ରଖିଲେ ପାମରା ଗାଁର ଲୋକ, ଅଣନିଶ୍ୱାସୀ ହୋଇ ଚାଲିଗଲା ଜୀବନ

439

କନକ ବ୍ୟୁରୋ : ଏକବିଂଶ ଶତାବ୍ଦୀରେ ବି ଲୋକେ ଅନ୍ଧବିଶ୍ୱାସରେ ଅଛନ୍ତି । ଅନ୍ଧବିଶ୍ୱାସର ଅନ୍ଧଗଳିରେ ସୁନ୍ଦରଗଡ ବଡଗାଁ ଥାନା ପାମରା ଗାଁ । ଚିକିତ୍ସା ନ କରି  ଅନ୍ଧବିଶ୍ୱାସର ସହାୟତା ନେବାରୁ  ଚାଲିଗଲା ଯୁବକର ଜୀବନ । ଆଜିକା ସମୟରେ ବି ଦୁର୍ଘଟଣା ହେଲେ ମେଡ଼ିକାଲ ନେବା ପରିବର୍ତ୍ତେ ପ୍ରଥମେ ଦେଶୀ ଚିକିତ୍ସା କରିବା ପାଇଁ ପସନ୍ଦ କରୁଛନ୍ତି । ଗତକାଲି ପାମରା ଗାଁର ୪ଜଣ ଯୁବକ ସାପ୍ତାହିକ ହାଟକୁ ଯାଇ ଫେରୁଥିବାବେଳେ  ବ୍ରଜପାତ ହୋଇଥିଲା । ଏଥିରେ ୨ ଜଣ ଅଚେତ ହୋଇପଡିଥିଲେ ।  ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଲୋକ ହସ୍ପିଟାଲ ନେବା ବଦଳରେ ଅବନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଚେତ ଯୁବକଙ୍କୁ ଗୋବର ଗଦାରେ ପୋତି ରଖିଥିଲେ । 

ବେଶ କିଛି ସମୟ ଧରି ଅଚେତ ଯୁବକର ହୋସ ନଆସିବାରୁ ଆମ୍ବୁଲାନ୍ସ ଯୋଗେ ଅଚେତ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେତେବେଳକୁ ଅନେକ ବିଳମ୍ବ ହୋଇସାରିଥିଲା ।  ସେତେବେଳେକୁ ଅଚେତ ଯୁବକଙ୍କ ପ୍ରାଣ ଚାଲିଯାଇଥିଲା । ଅଣନିଶ୍ୱାସୀ ହୋଇ ଯୁବକଙ୍କ ଜୀବନ ଚାଲିଗଲା ।