ଅନ୍ଧବିଶ୍ୱାସର କରୁଣ ପରିଶତି ! ମାନସିକ ପୁରଣ ପାଇଁ ଅଧିଆ ପଡିଥିବା ମହିଳାଙ୍କୁ ହତ୍ୟା ଅଭିଯୋଗ

41

କନକ ବ୍ୟୁରୋ : ମାନସିକ ପୁରଣ ପାଇଁ ଅଧିଆ ପଡିଥିବା ମହିଳାଙ୍କୁ ବିଭତ୍ସ ହତ୍ୟା । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା କୁଜଙ୍ଗ ବ୍ଲକର ବାଲିଆ ଛକ ଗାଁରେ । ମୃତକ ହେଲେ ପାଟକୁରା ଥାନା ଶାସିନ ପଡାର ସସ୍ମିତା ନାୟକ । ବାଲିଆ ଛକରେ ଜଣେ ନାବାଳିକା ମାଆ ମଙ୍ଗଳାଙ୍କ ହୁକୁମ ଦେଉଥିବା ଖବର ଶୁଣି ସସ୍ମିତା ଅଧିଆ ପଡିବାକୁ ଆସିଥିଲେ ।

ତେବେ ଗତକାଲି ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛି । ଏଥିସହ ମା’ମଙ୍ଗଳାଙ୍କ ହୁକୁମ ଦେଉଥିବା ନାବାଳିକାକୁ ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।