ବିଗତ ଦୁଇ ବର୍ଷ ଧରି କାନ୍ଦୁଛନ୍ତି ଲକ୍ଷ୍ନୌର ଟ୍ୱିଙ୍କିଲ୍ ! ଲୁହ ବଦଳରେ ବୋହୁଛି ରକ୍ତ

41

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ବିରଳ ରୋଗରେ ପୀଡତି ଥାଆନ୍ତି । ଏମିତି ଏକ ବିରଳ ରୋଗରେ ପୀଡିତ ଲକ୍ଷ୍ନୌରେ ୧୩ ବର୍ଷୀୟ ବାଳିକା ଟ୍ୱିଙ୍କିଲ । ବିଗତ ଦୁଇ ବର୍ଷ ହେବ ଟ୍ୱିଙ୍କିଲଙ୍କ ଆଖିରୁ ଲୁହ ବାହାରିବା ବଦଳରେ ରକ୍ତ ବୋହୁଛି । ଅନେକ ଚିକିତ୍ସା ପରେ ମଧ୍ୟ ତାଙ୍କର ଏ ରୋଗ ଭଲ ହେଉନି ।

କୌଣସି ବି ସମୟରେ ଅଚାନକ ହିଁ ଟ୍ୱିଙ୍କିଲଙ୍କ ଆଖିରୁ ଲୁହ ବୋହିବାକୁ ଲାଗେ ଏବଂ ଏଥିପାଇଁ ସେ ଦୁଇ ବର୍ଷ ହେବ କେଉଁଠିକୁ ଯାଇ ପାରୁ ନାହାନ୍ତି । ବିଶେଷଜ୍ଞଙ୍କ ମତରେ ଟ୍ୱିଙ୍କିଲ ‘ଷ୍ଟିଗମା’ ନାମକ ଏକ ରୋଗରେ ପୀଡିତ । ‘ଷ୍ଟିଗମା’ ଏମିତି ଏକ ରୋଗ ଯେଉଁଥିରେ କୌଣସି ବି ସମୟରେ ଶରୀରର ଯେ କୈାଣସି ଅଙ୍ଗରୁ ରକ୍ତ ବାହାରିବାରେ ଲାଗେ ।