ସ୍କୁଲର ୩ ଶହ ମିଟର ଦୂରରେ କୋଇଲା ଖଣି : ମାଇନିଂ ବ୍ଲାଷ୍ଟିଂ ଯୋଗୁଁ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲକୁ ଛାଡିବାକୁ କରୁଛନ୍ତି ଭୟ

30

କନକ ବ୍ୟୁରୋ :  ତାଳଚେର ବ୍ଲକର ହିଙ୍ଗୁଳା ହାଇସ୍କୁଲ । ୩ଟି ପଂଚାୟତର ଛାତ୍ରଛାତ୍ରୀ ଏହି ସ୍କୁଲ ଉପରେ ନିର୍ଭର କରନ୍ତି । କିନ୍ତୁ ସ୍କୁଲ ଘରର ବିଭିନ୍ନ କାନ୍ଥ ଏବେ ଫାଟିକି ଆଁ କରିଛି । ସ୍କୁଲ ଠାରୁ ୩ ଶହ ମିଟର ଦୂରରେ କୋଇଲା ଖଣି ଥିବାରୁ ଦିନକୁ ୪ରୁ ୫ ଥର ବ୍ଲାଷ୍ଟିଂ ହୁଏ । ଅତ୍ୟଧିକ ବ୍ଲାଷ୍ଟିଂ ଯୋଗୁଁ ସ୍କୁଲ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଫଳରେ ବିପଦପୂର୍ଣ୍ଣ ଭାବେ ସ୍କୁଲରେ ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ଛାଡିବାକୁ ଅଭିଭାବକ ଭୟ କରୁଛନ୍ତି ।

ବ୍ଳାଷ୍ଟିଂ ଯୋଗୁ କେତେବେଳେ ଯେ ସ୍କୁଲ ଘରଟି ଭୁଶୁଡିପଡିବ ତାହା କହିହେବନାହିଁ । ତେବେ ଏନେଇ ସ୍କୁଲର ପ୍ରଧାନଶିକ୍ଷକ ଓ ସ୍ଥାନୀୟ ସରପଂଚ ବାରମ୍ବାର କୋଇଲା ଖଣି ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ତୁରନ୍ତ ସ୍କୁଲ ପରିଦର୍ଶନରେ ଯାଇ ଖଣି କତୃପକ୍ଷଙ୍କୁ ଚିଠି ଲେଖି ଛାତ୍ରଛାତ୍ରୀମାନେ କିଭଳି ଉଚିତ ବାତାବରଣରେ ପଢିପାରିବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଉପଜିଲ୍ଲାପାଳ କହିଛନ୍ତି ।

କିଛି ଅଘଟଣ ଘଟିବାରୁ ପ୍ରଶାସନ ତୂରନ୍ତ ଏଦିଗରେ ତୁରନ୍ତ ଉଚିତ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି ।