ପାକିସ୍ତାନ ଲାହୋରସ୍ଥିତ ଦରଘାରେ ବିସ୍ଫୋରଣ ! ୪ ସୈନିକ ସମେତ ୫ ମୃତ୍ୟୁ , ୨୦ରୁ ଅଧିକ ଆହତ ।

139

ପାକିସ୍ତାନରେ ବଡ ଧରଣର ବୋମା ବିସ୍ଫୋରଣ । ଲାହୋରସ୍ଥିତ ଏକ ଦରଘା ବାହାରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ୪ ଜଣ ପାକିସ୍ତାନ ପଞ୍ଜାବ ପୁଲିସର ଏଲିଟ ଫୋର୍ସର କମାଣ୍ଡୋ ବୋଲି ଜଣାପଡିଛି । ଏହା ସହ ୧୯ ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଦରଘା ଦରବାରର ଚାରିପଟୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି । ମୃ୍ତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ୨୦୧୦ ରେ ଏଠାରେ ଏଭଳି ଏକ ବିସ୍ଫୋରଣ ଘଟିଥିଲା ଏବଂ ଏଥିରେ ୫୦ଜଣ ପ୍ରାଣ ହରାଇଥିଲେ ।

ସମାଚାର ଏଜେନ୍ସୀ ଏପି ଅନୁସାରେ ଲାହୋର ପୋଲିସ୍ ପ୍ରମୁଖ ଗଜନଫର୍ ଅଲ୍ଲିଙ୍କ କହିବାନୁସାରେ ପୋଲିସ୍ ଅଧିକାରୀ ବୁଧବାର ଧର୍ମସ୍ଥଳ ବାହାରେ ବୋମା ବିସ୍ଫୋରଣ ଟାର୍ଗେଟରେ ଥିଲେ । ତାଙ୍କ କହିବାନୁସାରେ ଯେତେବେଳେ ବିସ୍ଫୋରଣ ହେଲା ସେତେବେଳେ ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁ ଦରଘା ବାହାରେ ଏବଂ ଭିତରେ ଉପସ୍ଥିତ ଥିଲେ ।