ମାଲକାନଗିରି ଷ୍ଟୋନକ୍ରସରରେ ବିସ୍ପୋରଣ ! ୨ ମୃତ, ଜଣେ ଗୁରୁତର ଆହତ

114

କନକ ବ୍ୟୁରୋ : ମାଲକାନଗିରି ଷ୍ଟୋନ କ୍ରସରରେ ଅଘଟଣ । କ୍ରସରର ପଥର ଖଣିରେ କାମ କରୁଥିବା ବେଳେ ବିସ୍ପୋରଣ ଘଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବାବୁଲା ହନ୍ତାଳ ଓ ରାମ ସମରଥ । ଏହାସହ ଜଣେ ଶ୍ରମିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତ ଶ୍ରମିକ ଜଗା ମୂଷାକିଙ୍କ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି । ଡିନାମାଇଟ ବିସ୍ପୋରଣ ପାଇଁ ବ୍ୟାଟରୀ ସଂଯୋଗ କରୁଥିବା ବେଳେ ଏହି ବିସ୍ପୋରଣ ଘଟିଥିବା କୁହାଯାଇଛି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି ।