କନକ ବ୍ୟୁରୋ : ବଲାଙ୍ଗୀର ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଥିବା ସୂଚନା ମିିଳିଛି । ବିସ୍ଫୋରଣରେ ୨ଜଣ ଆହତ ହୋଇଛନ୍ତି । ଅସ୍ତ୍ରଶସ୍ତ୍ର ପରୀକ୍ଷା ବେଳେ ବିସ୍ଫୋରଣ ହୋଇଥିଲା । ୨ଜଣ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।