ବିବାହ ପୂର୍ବରୁ ବ୍ଲେଡ୍ ମାଡ଼ : ନୀଳଗିରି ତିନିକୋସିଆରେ ବ୍ରେଡ୍ ଆକ୍ରମଣ କରି ଲୁଟ୍ ଅଭିଯୋଗ, କାର୍ଡ ବାଣ୍ଟିବାକୁ ଯାଇଥିବାବେଳେ ଘଟିଲା ଅଘଟଣ

459

କନକ ବ୍ୟୁରୋ : ରାତି ପାହିଲେ ବାହାଘର । ବାହାଘର ଦିନକ ଆଗରୁ ସେହି ଝିଅ ସହିତ ବିବାହ ନକରିବାକୁ ଯୁବକଙ୍କୁ ଦିଆଗଲା ଧମକ, ରାତି ଅଧରେ ଜଙ୍ଗଲ ଭିତରେ ହେଲା ବ୍ଲେଡ୍ ମାଡ । ଏଥିରେ ଗୁରୁତର ଆହତ ହୋଇଛନ୍ତି ମନୋଜ ବେହେରା ନାମକ ଜଣେ ଯୁବକ । ଏପରି ଏକ ଘଟଣା ନୀଳଗିରି ଅଂଚଳରେ ଚର୍ଚାର ବିଷୟ ହୋଇଛି । ନୀଳଗିରି ସୁଇଟସ୍ ଦୋକନ ମାଲିକଙ୍କ ପୁଅ ମନୋଜ ବେହେରା ବାହାଘର କାର୍ଡ ବାଂଟିବାକୁ ଶୁକ୍ରବାର ଅପରାହ୍ନରେ ସଜନାଗଡ ଅଂଚଳକୁ ଯାଇଥିଲେ ।

ରାତିରେ ଫେରୁଥିବା ବେଳେ ତିନି କୋଶିଆ ଜଙ୍ଗଲରେ ୩ ଜଣ ଦୁର୍ବୃତ ବାଇକରେ ଆସି ମନୋଜଙ୍କୁ ଜଙ୍ଗଲ ମଝିରେ ଅଟକାଇଥିଲେ । ତାଙ୍କୁ ମାଡ ମାରିବା ସହ ସେହି ଝିଅକୁ ବିବାହ ନକରିବାକୁ ଧମକ ଦେଇଥିଲେ । ଏହାପରେ ମନୋଜଙ୍କ ଉପରେ ବ୍ଲେଡରେ କରିଥିଲେ ମରଣାନ୍ତକ ଆକ୍ରମଣ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏହାକୁ ଦେଖିବା ପରେ ପହଁଚି ଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ପୋଲିସ ପହଁଚି ମୁମୂର୍ଷୁ ଅବସ୍ଥାରେ ମନୋଜଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଇଛି ।