କୃଷ୍ଣସାର ମୃଗ ଶିକାର ମାମଲା ! ଆଜି ଯୋଧପୁର କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ରହିବେ ବଲିଉଡ୍ ଦବଙ୍ଗ ଖାନ୍ ସଲମାନ

40

ଆଜି ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ହାଜର ହେବେ ବଲିଉଡ ତାରକା ସଲମାନ ଖାନ୍ । ୬ ଜୁଲାଇରେ ହେବାକୁ ଥିବା ଶୁଣାଣି ଘୁଂଚି ଥିଲା ଏବଂ ଏହା ଆଜି ହେବ । ୧୯୯୮ ମସିହାର ଏହି ମାମଲା ନେଇ ସଲମାନ ଆଜି କୋର୍ଟରେ ହାଜର ହେବେ ବୋଲି ଜଣାପଡିଛି । ତେବେ ରାଜସ୍ଥାନରେ ଅଶାନ୍ତ ଲାଗି ରହିଥିବାରୁ ସୁରକ୍ଷା କାରଣରୁ ସେ କୋର୍ଟକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ପୂର୍ବରୁ ମଧ୍ୟ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ତାରକା ସଲମାନ ଖାନ ଯୋଧପୁର  କୋର୍ଟରେ ହାଜର ହୋଇ ବୟାନ ରଖିଥିଲେ । କୃଷ୍ଣସାର ମୃଗ ସ୍ୱାଭାବିକ ମୃତ୍ୟୁବରଣ କରିଥିଲା ବୋଲି ସେ କହିଥିଲେ । ତାଙ୍କୁ ଏଥିରେ ଫସାଇ ଦିଆଯାଇଥିବା ସହ ସେ ନିର୍ଦ୍ଦୋଷ ବୋଲି ମଧ୍ୟ ମାଜିଷ୍ଟ୍ରେଟଙ୍କୁ କହିଥିଲେ । ୧୯୯୮ରେ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ସଲମାନ ଓ ଅନ୍ୟ କେତେକ ଅଭିନେତାଙ୍କ ଉପରେ କୃଷ୍ଣସାର ମୃଗ ହତ୍ୟା ଅଭିଯୋଗ ଆସିଥିଲା ।