ନିରୋଗ ରହିବା ପାଇଁ କରନ୍ତୁ କେବଳ ଗୋଟିଏ କାମ : ପ୍ରତିଦିନ ପିଅନ୍ତୁ ବ୍ଲାକ ଟି, ମିଳିବ ଏସବୁ ଫାଇଦା

44

ଗୋଟିଏ କପ୍ ବ୍ଲାକ ଟି ଶରୀରରେ ନୂଆ ଉର୍ଜ୍ଜା ଭରି ଦିଏ । ଚା’ ଅନେକ ପ୍ରକାରର ଥାଏ, କିନ୍ତୁ ଏହି ଚା’ ବହୁତ ଫାଇଦା ଦେଇଥାଏ । ଏଥିରେ ଶରୀର ଶକ୍ତ ହୋଇଥାଏ । ସତେଜ ଅନୁଭବ ହୋଇଥାଏ । ଜାଣନ୍ତୁ ବ୍ଲାକ୍ ଟି ର ଆହୁରି ଫାଇଦା ।

• ବ୍ଲାକ୍ ଟି କୁ ପ୍ରତିଦିନ ନିଜ ଡାଏଟରେ ସାମିଲ କରି ପ୍ରୋଷ୍ଟେଟ୍, ଓଭାରିଏନ୍ ଓ ଫୁସଫୁସ୍ କ୍ୟାନସରରୁ ବଂଚିପାରିବେ । ବ୍ଲାକ୍ ଟି ର ପ୍ରୟୋଗ ଶରୀରରେ କ୍ୟାନସର କୋଷଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରେ ।

• ମସ୍ତିଷ୍କର କୋଷ ଗୁଡିକୁ ସୁସ୍ଥ ରଖିବା ସହିତ ସେଥିରେ ରକ୍ତର ପ୍ରବହାକୁ ଆହୁରି ଭଲ କରିବା ପାଇଁ ବ୍ଲାକ୍ ଟି ପିଇବା ଉପଯୋଗୀ । ଦିନକୁ ପାଖାପାଖି ୪ କପ୍ ବ୍ଲାକ୍ ଟି ସେବନ ଅବସାଦକୁ କମ୍ କରିବାରେ ସହାୟକ ହୋଇଥାଏ ।

• ପ୍ରତିଦିନ ଗୋଟିଏ କପ୍ ବ୍ଲାକ୍ ଟି ଆପଣଙ୍କୁ ହୃଦୟ ରୋଗରୁ ମୁକ୍ତି ଦେଇଥାଏ । ବ୍ଲାକ୍ ଟି ଚା’ ରେ ଥିବା ଫ୍ଲେଭେନୋଏଡ୍ସ ଏଲଡିଏଲ କୋଲେଷ୍ଟ୍ରଲକୁ କମ୍ କରିଥାଏ । ବ୍ଲାକ୍ ଟିରେ ଥିବା କେଫିନ୍, କଫି ବା କୋଲା ମୁକାବିଲାରେ ଅଧିକ ଲାଭକାରୀ ହୋଇଥାଏ ଓ ଆପଣଙ୍କ ମସ୍ତିଷ୍କକୁ ସତର୍କ ରଖିଥାଏ ।