ଭୁବନେଶ୍ୱରରେ ବ୍ଲାକ ପଲସର ଆତଙ୍କ ! ଦିନ ଦ୍ୱିପହରରେ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ୪ ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

47

କନକ ବ୍ୟୁରୋ : ରାଜଧାନୀରେ ବ୍ଲାକ ପଲସର ଆତଙ୍କ । ଦିନ ଦ୍ୱିପହରେ ଭୁବନେଶ୍ୱରରେ ଶ୍ରୀୟା ସିନେମା ହଲ ଛକ ନିକଟରୁ ୪ଲଷ ଝାମ୍ପିନେଲେ ଦୁର୍ବୃତ୍ତ । ଶ୍ରୀୟା ସିନେମା ହଲ ଛକ ନିକଟରେ ଥିବା ଆସିଆଇସିଆଇ ବ୍ୟାଙ୍କରୁ ଅଜୟ ସ୍ୱାଇଁ ନାମକ ଯୁବକ ୪ଲଷ ଟଙ୍କା ଉଠାଇ ଏକ୍ସିସ୍ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯାଉଥିଲେ । ସେହି ସମୟରେ ବ୍ଲାକ ପଲସରରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କଠାରୁ ୪ ଲକ୍ଷ ଛଡାଇ ନେଇଥିଲେ । ଖାରବେଳ ନଗର ଥାନରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।