ସିଲଭର ସିଟିରେ ଛୁରା ମାଡ଼ ଗ୍ୟାଙ୍ଗର ଆତଙ୍କ : ହାଇସ୍ପିଡ୍ ବାଇକରେ ଆସି ଦୁର୍ବୃତ କରୁଛନ୍ତି ଆକ୍ରମଣ

16

cilver city bike rider attackକଟକ : ଅନ୍ଧାର ରାତିରେ କଟକ ସହରରେ ଏବେ ରାଜ କରୁଛି ଏଭଳି ଆତଙ୍କ। ଆପଣ ବାଇକରେ ଯାଉଥିବେ, ହଠାତ୍ କିଛି ବ୍ୟକ୍ତି ହାଇସ୍ପିଡ୍ ବାଇକରେ ଆପଣଙ୍କୁ ଛୁରା ମାରି ଅନ୍ଧାର ଭିତରେ ଅନ୍ତର୍ଦ୍ଦାନ ହୋଇଯିବେ । ଇଏ କୌଣସି ସିନେମାର କାହାଣୀ ନୁହେଁ । କଟକ ସହରରେ ଏହି ଗୋଟିଏ ମାସରେ ଏଭଳି ୪ଟି ଘଟଣା ରିପୋର୍ଟ ହୋଇଛି । ଗତ ୬ ମାସ ଭିତରେ ଘଟିଛି ୧୬ଟି ଘଟଣା ।

ରାଜେଶ ମହାନ୍ତି । ମାତ୍ର ୨୪ ଘଂଟା ତଳର କଥା। ବାଇକରେ ଆସୁଥିବା ବେଳେ ମଧୁପାଟଣା ଓଭରବ୍ରିଜ୍ ନିକଟରେ ୩ ଜଣ ଯୁବକ ଅତର୍କିତ ଭାବେ ଛୁରା ମାଡ଼ କଲେ । କିଛି ବୁଝି ପାରିଲେ ନାହିଁ ରାଜେଶ । ଥାନାକୁ ଗଲେ ପୁଲିସରେ ରିପୋର୍ଟ କଲେ ।

vlcsnap-2016-09-04-21h34m40s375ଏହି ଛୁରା ମାଡ଼ ଗ୍ୟାଙ୍ଗର ଆକ୍ରମଣର ତରିକା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହାଇସ୍ପିଡ୍ ବାଇକରେ ଖୁବ୍ ଦ୍ରୁତ ବେଗରେ ଆସି, ଅଚାନକ୍ ଆକ୍ରମଣ କରନ୍ତି । ଏବଂ ଆଖିପିଛୁଳାକେ ଉଭାନ ହୋଇଯାଆନ୍ତି । ବାଇକ୍ ପଛରେ ବସିଥିବା ଦୁର୍ବୃତ ଏଭଳି ଆକ୍ରମଣ କରେ । ପେଟ ପାଖ, ପିଠି କିମ୍ବା ହାତକୁ ଟାର୍ଗେଟ୍ କରି ଛୁରା ମାଡ଼ କରନ୍ତି ।

ଏହି ଗୋଟିଏ ମାସ ଭିତରେ କଟକ ଗୋପାଳପୁର ଜାତୀୟ ରାଜପଥ, ଓଏମପି ଓଭରବ୍ରିଜ୍, ସିଡିଏ ଏବଂ ପୁରୀ ଘାଟ ଅଂଚଳରେ ୪ଟି ଘଟଣା ରିପୋର୍ଟ ହୋଇଛି । ସନ୍ଦେହ କରାଯାଉଛି ଟଙ୍କା ନେଇ ଭଡ଼ାଟିଆ ଗୁଣ୍ଡାଙ୍କ ଏକ ରାକେଟ୍ ଏହି କାମ କରୁଛି ।