ଭାରତକୁ କିଭଳି ଦିଆଯିବ କଳାଧନ ତଥ୍ୟ: ସ୍ୱିଜରଲ୍ୟାଣ୍ଡ୍ କମିଟି ନେବ ନିଷ୍ପତ୍ତି

37

କନକ ବ୍ୟୁରୋ: କେଉଁ ଉପାୟରେ ଭାରତ ଏବଂ ଅନ୍ୟ ଦେଶଗୁଡ଼ିକୁ କଳାଧନ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯିବ ତାହାର ନିଷ୍ପତ୍ତି ନେବ ସ୍ୱିଜରଲ୍ୟାଣ୍ଡ୍ ସଂସଦର ଏକ କମିଟି । ସିଇଆର୍-ଏନ୍ ନାମକ ଏହି କମିଟି ଜଣାଇବ ଯେ ବ୍ୟାଙ୍କିଙ୍ଗ ତଥ୍ୟ ହାସଲ କରିବା ପାଇଁ ଗୋଟିଏ ରାଷ୍ଟ୍ର କେଉଁ ସବୁ ସର୍ତ୍ତ ପାଳନ କରିବା ଦରକାର ।

ସ୍ୱିଜରଲ୍ୟାଣ୍ଡ୍ ପକ୍ଷରୁ ସ୍ୱିସ୍ ବ୍ୟାଙ୍କ ତଥ୍ୟ ଆଦାନ ପ୍ରଦାନ କରିବା ପାଇଁ ଭାରତ ସମେତ ୪୧ଟି ରାଷ୍ଟ୍ର ସହିତ ବୁଝାମଣା କରାଯାଇଛି । ସେପ୍ଟେମ୍ବର ୧୧ରେ କମିଟିର ବୈଠକ ହେବ । ତଥ୍ୟର ନିରାପତ୍ତାକୁ ନିଶ୍ଚିତ କରାଗଲେ ହିଁ ତଥ୍ୟ ଆଦାନପ୍ରଦାନ କରାଯିବ ବୋଲି ସ୍ୱିଜରଲ୍ୟାଣ୍ଡ ପୂର୍ବରୁ ଜଣାଇ ଦେଇଛି । ତଥ୍ୟର ଗୋପନୀୟତା ଏବଂ ସୁରକ୍ଷା ପ୍ରତି କୌଣସି ପ୍ରକାର ଅବହେଳା ହେଲେ ତଥ୍ୟ ଆଦାନପ୍ରଦାନ ବନ୍ଦ କରିଦିଆଯିବ ବୋଲି ସ୍ୱିଜରଲ୍ୟାଣ୍ଡ୍ ପକ୍ଷରୁ କୁହାଯାଇଥିଲା ।

ଅଗଷ୍ଟ ୧୫ରେ କମିଟିର ଯେଉଁ ବୈଠକ ହୋଇଥିଲା ସେଥିରେ ତଥ୍ୟ ଆଦାନପ୍ରଦାନ ସମ୍ପର୍କିତ ପ୍ରସ୍ତାବ ୧୦ ଭୋଟରେ କାଟ ଖାଇଯାଇଥିଲା । ସଦସ୍ୟମାନେ ଦାବି କରିଥିଲେ ଯେ, ତଥ୍ୟ ଆଦାନପ୍ରଦାନର ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରଣ କରାନଯିବା ପର୍ଯ୍ୟନ୍ତ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ ନାହିଁ ।