କଟକରେ କଳାଧନ ସଂପର୍କରେ ଏସଆଇଟି ବୈଠକ

44

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଦେଶ ବାହାରେ ଥିବା କଳାଧନକୁ ଆଣିବା ପାଇଁ  ଜୋରଦାର ପ୍ରକ୍ରିୟା ଚାଲିଛି । ନିଦ୍ଦିଷ୍ଟ ଗଣମାଧ୍ୟମରେ କଳାଧନ ସଂପର୍କରେ ବାହାରିଥିବା ବ୍ୟକ୍ତିବିଶେଷଙ୍କୁ ନୋଟିସ ମାଧ୍ୟମରେ ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି । ୧୦୦ ଜଣ ପକ୍ଷ ରଖିଛନ୍ତି । ଏହି ସୂଚନା ଦେଇଛନ୍ତି କଳାଧନ ପ୍ରସଙ୍ଗରେ ଗଢା ହୋଇଥିବା ଏସଆଇଟିର ଉପାଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ଜଷ୍ଟିସ ଅରଜିତ୍ ପଶାୟତ । ତାଙ୍କ କଟକ ତେଲେଙ୍କାବଜାର ବାସଘରେ ବସିଥିବା ବୈଠକରେ  କଳାଧନ ପ୍ରସଙ୍ଗରେ ତଦନ୍ତର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏଥିରେ କେନ୍ଦ୍ର କଷ୍ଟମ ଆଣ୍ଡ ଏକ୍ସସାଇଜ୍ ବିଭାଗର  ଯୁଗ୍ମ କମିସନର ଅଶୋକ କୁମାର, ଆୟକର ବିଭାଗର ପ୍ରିନସିପାଲ ଚିଫ୍ ସୁନିଲ କୁମାର , କ୍ରାଇମବ୍ରାଂଚ ଏଡିଜି ବି.କେ ଶର୍ମା, ଖଣି ନିର୍ଦେଶକ ଦୀପକ ମହାନ୍ତି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।