କଳାଧନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ! ଧକ୍କା ଲାଗିଛି କଳାଧନ ମହଜୁଦକାରୀଙ୍କୁ

30

କନକ ବ୍ୟୁରୋ : କଳାଧନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକ୍ । ବଡ ନୋଟ ଅଚଳ ପରେ ବଡ ଧକ୍କା ଲାଗିଛି କଳାଧନ ମହଜୁଦକାରୀଙ୍କୁ । କୌଣସି ବ୍ୟାଙ୍କରେ ଟଙ୍କା ନରଖି ବିପୁଳ ପରିମାଣରେ ୫୦୦ ଓ ୧୦୦୦ ଟଙ୍କିଆ ଗଚ୍ଛିତ କରିଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଚଡକ ପଡିଛି । ବେଆଇନ ଭାବେ ରଖିଥିବା ଟଙ୍କା ଅଚଳ ହୋଇଯିବା ପରେ ସେମାନଙ୍କ ଟେନସନ୍ ବଢିଯାଇଛି ।

ଡିସେମ୍ବର ୩୦ ତାରିଖ ମାତ୍ର ୪୦୦୦ ଟଙ୍କାର ପୁରୁଣା ନୋଟ ବଦଳାଇ ହେବ । ତେଣୁ ଗଚ୍ଛିତ ଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ କେବଳ କାଗଜ ଟୁକୁଡାରେ ପରିଣତ ହେବା ଆଶଙ୍କା ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର, ପାରାଦୀପ ସମେତ ବଡ ବଡ ସହରରେ କଳାଧନକୁ ଧଳା କରିବା ପାଇଁ ଉଦ୍ୟମ ଚାଲୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି ।

ଏପରି ମଧ୍ୟ ଚର୍ଚ୍ଚା ହେଉଛି, ପୁରୁଣା ଟଙ୍କା ବଦଳାଇବା ପାଇଁ ବଡ ଧରଣର କମିସନି କାରବାର ହେଉଛି । ଏପରିକି ପୁରୁଣା ୫୦୦ ଟଙ୍କିଆ ବଦଳରେ ୩୫୦ ଟଙ୍କା ନେଣ ଦେଣ ହେଉଥିବା ଚର୍ଚ୍ଚା ହେଉଛି ।