ଜନଧନ ଆକାଉଂଟରେ କଳା ଟଙ୍କା : ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଅଜାଣତରେ ୧୩ଟି ଆକାଉଂଟରେ ଟଙ୍କା ଜମା ଓ ଉଠାଣ

31

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଜନଧନ ଆକାଉଂଟରେ କଳା ଟଙ୍କା । କଟକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜନଧନ ଆକାଉଂଟରେ ଜମା ହୋଇଛି କଳା ଟଙ୍କା । ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଅଜାଣତରେ ଆକାଉଂଟରେ ଟଙ୍କା ଜମା ହେବା ସହ ଉଠାଣ ହୋଇଛି ।

ଜଗତପୁର ଅଂଚଳର ତୁଳସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଆକାଉଂଟରେ ଏହି ଟଙ୍କା ଜମା ହୋଇଛି । ଏନେଇ ଜଗତପୁରର ଥାନାରେ ଅଭିଯୋଗ ହୋଇଛି ।

ସ୍ୱୟଂଶ୍ରୀ ଜିରୋ ଫାଇନାନ୍ସ ପକ୍ଷରୁ ରଶ୍ମିରଂଜନ ଦାସ ଓ ରୁଦ୍ରକିଶୋର ସ୍ୱାଇଁ ନାମକ ଦୁଇ ଜଣ ବ୍ୟକ୍ତି ୧୩ଜଣଙ୍କ ସଦସ୍ୟାଙ୍କ ନେଇ ବ୍ୟାଙ୍କରେ ଆକାଉଂଟ ଖୋଲିଥିଲେ । ପରେ ନଭେମ୍ବର ୧୧ତାରିଖରୁ ଡିସେମ୍ବର ୨୫ତାରିଖ ମଧ୍ୟରେ ପ୍ରତି ଆକାଉଂଟରେ ପ୍ରାୟ ୪୦ହଜାର ଟଙ୍କା ଲେଖାଏଁ ଜମା କରାଯିବା ସହ ଉଠାଣ କରାଯାଇଛି । ନ୍ୟୁଜ୍ ସହିତ ଦେଖନ୍ତୁଏହି ଭିଡିଓ :