ସରକାରଙ୍କ ନୂଆ ଫର୍ମୁଲା ! କଳା ଟଙ୍କା ଧଳା ହେବ କେମିତି

57

କନକ ବ୍ୟୁରୋ : କିପରି କରାହେବ କଳା ଟଙ୍କାକୁ ଧଳା । ଯଦି ଆପଣଙ୍କ ପାଖରେ କଳା ଟଙ୍କା ରହିଛି, ଆପଣ ତଥ୍ୟ ଦେଇ ୫୦ ପ୍ରତିଶତ ଆୟକର ପଇଠ କରି ଏହାକୁ ବୈଧ କରିପାରିବେ ।

ଅର୍ଥାତ ବିପୁଳ ପରିମାଣରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଆପଣ ଡିସେମ୍ବର ୩୦ ଭିତରେ ବ୍ୟାଙ୍କରେ ଜମା କରୁଛନ୍ତି, ତାହା ଉପରେ ଅତି କମରେ ୫୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବ ଆୟକର ବିଭାଗ ।

ଆୟକର ଆଇନରେ ଏହି ସଂଶୋଧନ କରାଯିବ । କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି । ତେବେ ବାକି  ୫୦ ପ୍ରତିଶତ ଅର୍ଥାତ ମୂଳ ଜମା ଟଙ୍କାର ୨୫ ଭାଗ ଟଙ୍କାକୁ ୪ ବର୍ଷ ପର୍ଯ୍ୟନ୍ତ ଆପଣ ଉଠାଇ ପାରିବେନି । ଏହାର ଲକିଂ ପିରିୟଡ ରହିଛି ୪ ବର୍ଷ ।

ହେଲେ ଯେଉଁମାନେ ଏହାକୁ ସ୍ୱତଃପ୍ରବୃତ ଭାବେ ଘୋଷଣା କରିବେନି, ସରକାର ୯୦ ପ୍ରତିଶତ ଟିକସ ଲଗାଇବେ । କ୍ୟାବିନେଟ୍ ଅନୁମୋଦନ ପରେ ଆୟକର ଆଇନ ପରିବର୍ତନ ନେଇ ସଂସଦରେ ଏହି ବିଲ୍ ଆଗତ ହେବ ।