କଳାଧନ ବିରୋଧରେ କେନ୍ଦ୍ରର ସର୍ଜିକାଲ ଷ୍ଟ୍ରାଇକ୍ : ବ୍ୟାଙ୍କରେ ଖାତା ନଥିଲେ କଣ କରିବେ !

43

କନକ ବ୍ୟୁରୋ : କଳାଧନ, ଜାଲ ନୋଟ, ଦୁର୍ନୀତି ଓ ଆତଙ୍କବାଦ ଉପରେ ଲାଗିବ ଅଙ୍କୁଶ । ମୋଦି ସରକାରଙ୍କ ଘୋଷଣା ପରେ ଗତକାଲି ରାତିଠୁ ଅଚଳ ହୋଇଗଲା ୫ ଶହ ଓ ଏକ ହଜାର ଟଙ୍କା ନୋଟ । ଅନ୍ୟପଟେ ସରକାରଙ୍କ ନିଷ୍ପତିକ୍ରମେ ୨ ଦିନ ପାଇଁ ଏଟିଏମରେ ତାଲା ଝୁଲିଛି ଏବଂ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ମଧ୍ୟ ଠପ୍ ରହିବ । ଅନ୍ୟପଟେ ସମୀକ୍ଷକଙ୍କ ମତ ଏହି ନିଷ୍ପତି କଳାଧନାକୁ ପଦାକୁ ଆଣିବ । ଦୁର୍ନୀତି ବିରୋଧୀ ଲଢେଇରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ବ୍ୟାଙ୍କରେ ଖାତା ନଥିଲେ ଆମେ କଣ କରିପାରିବା ନିହାତି ଭାବରେ ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ସୃଷ୍ଟି ହେବା ବାସ୍ତବିକ୍ । କିନ୍ତୁ, ଏହାର ସମାଧାନ ରହିଛି । ଖାତ। ଖୋଲିବା ପାଇଁ ଦରକାର ହେଉଥିବା ପ୍ରମାଣପତ୍ର ଏବଂ ଆବଶ୍ୟକ ହେଉଥିବା କାଗଜପତ୍ର ଗୁଡିକ ଦେଇ ନୂଆ ଖାତା ବ୍ୟାଙ୍କରେ ଖୋଲିବାକୁ ପଡିବ ।

ନୋଟ୍ ଗୁଡିକୁ ଜମା କରାହେବ କିମ୍ବା ବଦଳାଯାଇପାରିବ, ଏହାବ୍ୟତିତ ଅନ୍ୟ କୈାଣସି ଉପାୟ ନାହିଁ । ଜନଧନ ଖାତାଗୁଡିକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇପାରିବ । ନିଜବନ୍ଧୁ ଏବଂ ପରିଚିତ ଲୋକଙ୍କର ଜନଧନ ଖାତାକୁ ଏହାପାଇଁ ବ୍ୟବହାର କରାଯାଇପାରିବ । ସେଥିପାଇଁ ଯାହା ନାଁରେ ବ୍ୟାଙ୍କ ଖାତା ରହିଛି ତାଙ୍କୁ ଲିଖିତ ଭାବରେ ଅନୁମତି ପ୍ରଦାନ କରିବାକୁ ପଡିବ ।