କଳା ଟଙ୍କା ପାଇଁ ଶେଷ ସୁଯୋଗ : ଆଜିଠୁ ଆରମ୍ଭ ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା

25

କନକ ବ୍ୟୁରୋ : କଳା ଟଙ୍କାକୁ ଧଳା କରିବାର ଶେଷ ସୁଯୋଗ । ଆଜିଠୁ ଆରମ୍ଭ ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ମାର୍ଚ୍ଚ ୩୧ ଯାଏଁ ଏହି ସୁବିଧା ମିଳିପାରିବ । ବିମୁ୍ଦ୍ରାକରଣ ପରେ ଯେଉଁମାନେ ନିଜ ଆୟର ଘୋଷଣା ନକରି କଳାଧନ ଲୁଚାଇରଖିଛନ୍ତି ସେମାନେ ଚାହିଁଲେ ଟିକସ ଦେଇ ଏହାକୁ ଧଳା କରିପାରିବେ । ମୋଟ ଜମା ରାଶିର ୫୦ ପ୍ରତିଶତ ଟିକସ ଓ ସରଚାର୍ଜ ଆକାରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପାଂଠିକୁ ଚାଲିଯିବ । ବଳକା ଟଙ୍କାକୁ ଧଳା କରିଦେବେ ସରକାର ।

ବାକି ୫୦ ପ୍ରତିଶତ ଟଙ୍କାର ଅଧା ୪ ବର୍ଷ ଯାଏଁ ଉଠାଇ ପାରିବେ ନାହିଁ ଜମାକାରୀ । ବଳକା ଏକ ଚତୁର୍ଥାଂଶକୁ ଜମାକାରୀ ଯେତେବେଳେ ଚାହିଁବେ ଉଠାଇ ପାରିବେ । ଏଥିପାଇଁ ସରକାର ଏକ ଇ-ମେଲ ଆଇଡି ମଧ୍ୟ ଦେଇଛନ୍ତି । ୱେବସାଇଟ ଜରିଆରେ ନିଜ ଅଘୋଷିତ ଟଙ୍କା ବାବଦରେ ତଥ୍ୟ ଦେଇପାରିବେ କଳାଟଙ୍କା ମହଜୁଦକାରୀ । ସ୍ୱେଚ୍ଛାକୃତ ଭାବେ ନିଜ ଅଘୋଷିତ ଟଙ୍କା ବାବଦରେ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ପରିଚୟକୁ ଗୋପନୀୟ ରଖାଯିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି ।

କଳାଟଙ୍କା ଘୋଷଣା କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କୈାଣସି ଆଇନଗତ କାର୍ଯ୍ୟାାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ସରକାର ଏ ବାବଦର ଯେଉଁ ଟିକସ, ଓ ଜରିମାନା ଆଦାୟ କରିବେ ସେହି ଅର୍ଥକୁ ଜଳସେଚନ, ଗୃହନିର୍ମାଣ, ପାଇଖାନା, ପ୍ରାଥମିକ ଶିକ୍ଷା, ପ୍ରାଥମିକ ସ୍ୱାସ୍ଥ୍ୟ, ଜୀବିକା ଅର୍ଜନ ଏବଂ ଭିତିଭୂମି ବିକାଶରେ ବିନିଯୋଗ କରିବେ । ମାର୍ଚ ୩୧ ପରେ ଘୋଷଣା କଲେ ୭୭ ପ୍ରତିଶତ ଜରିମାନା ଆଦାୟ ହେବ ।