ଦେଶକୁ ଫେରିବ କଳାଧନ ! ତଥ୍ୟ ଦେବାକୁ ରାଜି ହେଲା ସୁଇଜରଲ୍ୟାଣ୍ଡ

32

କନକ ବ୍ୟୁରୋ : ଦେଶକୁ ଫେରିବ କଳାଧନ । ସୁଇସ ବ୍ୟାଙ୍କରେ ରଖିଥିବା କଳାଧନ ଜମାକାରୀଙ୍କ ପାଇଁ ବଢ଼ିବ ଅଡୁଆ । ଜମାକାରୀଙ୍କ ବିଷୟରେ ସୂଚନା ଦେବେ ସୁଇଜରଲାଣ୍ଡ ସରକାର । ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ସୁଇସ୍ ରାଷ୍ଟ୍ରପତି ଡେରିସ୍ ଲ୍ୟୁଥର୍ଡ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏ ସମ୍ପର୍କିତ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ବୁଝାମଣା ଅନୁଯାୟୀ ୨୦୧୯ ମସିହା ପୂର୍ବରୁ ବିଦେଶୀ ବ୍ୟାଙ୍କରେ କଳାଧନ ଜମା ଓ ଜମି କିଣାବିକା ନେଇ ଦୁଇ ଦେଶ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ କରାଯିବ ।