ବରଗଡ ଅପମାନର ମୁମ୍ବାଇରେ ଜବାବ : ଅଶୋକ ପଣ୍ଡା ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେପିର କଳା ପତାକା ପ୍ରଦର୍ଶନ

50

କନକ ବ୍ୟୁରୋ : ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାର ଜବାବ ମୁମ୍ବାଇରେ ଦେଇଛି ବିଜେପି । ବିଜୁ ଜନ୍ମ ଶତ ବାର୍ଷିକୀ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇ ଓଡିଶା ଭବନ ଯାଇଥିବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ମନ୍ତ୍ରୀ ଓ ବିଧାୟକଙ୍କୁ ମୁମ୍ବାଇ ଓଡିଆ ସେଲର ବିଜେପି କର୍ମୀମାନେ କଳା ପତାକା ଦେଖାଇଛନ୍ତି । ବରଗଡରେ ଯେଉଁଭଳି ଭାବରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କରାଗଲା ତାର ପ୍ରତିବାଦରେ ବିଜେପି ଏଭଳି କରିଥିବା କହିଛି ।