କ୍ଷମା ମାଗିଲେ ଓଢଣୀ କାଢିଲେ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମହିଳାଙ୍କ ଦେହରୁ ପୁଣି କାଢିଲେ କଳା ଓଢଣୀ

86

କନକ ବ୍ୟୁରୋ : ପୁଣି ମହିଳାଙ୍କ ଦେହରୁ ପୋଲିସ କାଢିଲା କଳା ଓଢଣୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରରେ । ସୁରକ୍ଷା ଯାଂଚ କରି ସଭାସ୍ଥଳକୁ ମହିଳାଙ୍କୁ ଛଡାଯାଉଥିଲା । ଏହି ସମୟରେ ଜଣେ ମହିଳାଙ୍କ କଳା ଓଢଣୀକୁ ଓହ୍ଲାଇ ଦେଇଥିଲେ ପୋଲିସ କର୍ମଚାରୀ ।

ଏପରିକି ଓଢଣୀ ସେଠାରେ ରଖି ଫେରିବା ବେଳେ ନେବାକୁ ମଧ୍ୟ କହିବା ଶୁଣିବାକୁ ମିଳିଥିଲା । ଅବଶ୍ୟ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ଓଢଣୀକୁ ମହିଳା ଜଣଙ୍କୁ ଦେଇ ଦିଆଯାଇଥିଲା । ପୂର୍ବରୁ ଏଭଳି ଘଟଣା ସୁନ୍ଦରଗଡରେ ଘଟିଥିଲା ଏବଂ ଏହାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏପରିକି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ।

ସେପଟେ ଆଜି ଜୟପୁରରେ କଳା ଓଢଣୀ କାଢିବା ଘଟଣାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜୟପୁର କଂଗ୍ରେସ ବିଧାୟକ । ଅନ୍ୟପଟେ ଏଭଳି କୌଣସି ଘଟଣା ଘଟିନାହିଁ । ଏହା ଏକ ଗୁଜବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ରବି ନନ୍ଦ ।